କେନ୍ଦ୍ରାପଡ଼ା: ଘରୁ ଡାକିନେଇ ହତ୍ୟା । ପଟ୍ଟାମୁଣ୍ଡାଇରୁ ଡାକିନେଇ ରାଜନଗରରେ ହତ୍ୟା କଲେ ଦୁର୍ବୃତ୍ତ । ମୃତକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା କଜଳବନ୍ଧ ଗାଁର କୈଳାସ ମଲ୍ଲିକ । ଗତକାଲି ସନ୍ଧ୍ୟାରେ ସାଙ୍ଗମାନେ କୈଳାଶକୁ ଡାକି ନେଇ ଗାଁରୁ ପ୍ରାୟ ଅଧ କିଲୋମିଟର ଦୂର ରାଜନଗର ଥାନା ଅଂଚଳଙ୍କୁ ଯାଇଥିଲେ । ସେଠାରେ ପାଟିତୁଣ୍ଡ ପରେ କୈଳାଶଙ୍କ ପେଟରେ ଛୁରୀ ଭୁସି ଦେଇଥିଲେ, ରକ୍ତ ଜୁଡୁବୁଡୁ ସହ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିଲେ କୈଳାଶ ।
ବାଟରେ ଯାଉଥିବା ଦୁଇଜଣ ଯୁବକ ଏହା ଦେଖି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । କୈଳାଶଙ୍କ ଗୁରୁତର ଅଵସ୍ଥା ଦେଖି ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଆମ୍ଵୁଲାନ୍ସରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

