ବିଶ୍ୱର ସର୍ବୋଚ୍ଚ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନିରନ୍ତର ରୂପେ ସେବା ପ୍ରଦାନର ଗୌରବ ଅର୍ଜନ କରିଛନ୍ତି ସେ । ୨୦୧୪ ମସିହା ମେ ୨୬ ତାରିଖ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ୪୩୯୯ ଦିନ ଧରି ୧୪୦କୋଟି ଦେଶବାସୀଙ୍କ ସେବାରେ ସମର୍ପିତ ଅଛନ୍ତି ମୋଦି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମରେ ନିର୍ବାଚିତ ଭାବେ ୪୩୯୮ ଦିବସର କାର୍ଯ୍ୟକାଳ ରେକର୍ଡଭୁକ୍ତ ଥିବା ବେଳେ ନିର୍ବାଚିତ ହେବା ପୂର୍ବରୁ ଅର୍ଥାତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ମୋଟ ୬୧୩୦ ଦିବସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ଏହି ଐତିହାସିକ ଉପଲବଧିକୁ ସମଗ୍ର ଦେଶରେ ଏକ ଉତ୍ସବ ଭାବେ ପାଳନ କରାଯାଉଥିବା ବେଳେ ବାଲେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘ ନିରାୟମ ଜୀବନ କାମନା ପୂର୍ବକ ର୍ପୂଜାର୍ଚ୍ଚନା କରାଯାଇଛି । ସଦର ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ଅନୁଷ୍ଠିତ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇଥିଲେ । ଭବିଷ୍ୟତ ଏକ ଦୀର୍ଘ କାଳଖଣ୍ଡ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରସେବାରେ ସମର୍ପିତ ରହି ଦେଶବାସୀଙ୍କ କଲ୍ୟାଣ ସାଧନ ସହିତ ସଶକ୍ତ ଓ ସମୃଦ୍ଧ ବିକଶିତ ଭାରତ ନିର୍ମାଣର ମହାନ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଚାଲନ୍ତୁ ବୋଲି ଶ୍ରୀ ଦତ୍ତ କାମନା କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶାସନକାଳରେ ଦେଶ ଅଭୂତପୂର୍ବ ପ୍ରଗତି ହାସଲ କରିବାରେ ସକ୍ଷମ ହୋଇଛି । ସମଗ୍ର ବିଶ୍ୱରେ ଦେଶ ତୃତୀୟ ଅର୍ଥନୀତି ଆଡକୁ ଅଗ୍ରସର ହେଉଥିବା ବେଳେ ୨୦୪୭ ମସିହା ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ରୁପାନ୍ତରିତ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସମସ୍ତ ଲକ୍ଷ୍ୟ ପୂରଣ ହେବ ବୋଲି ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଷମା ବିଶ୍ୱାଳ, ମମତା ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ଚିତରଞ୍ଜନ ପଣ୍ଡା, କାଉନସିଲର ନିତ୍ୟଗୋପାଲ ସିଂ ଓ ରାଧାକାନ୍ତ ଦାସ, ସୀତାକାନ୍ତ ସ୍ୱାଇଁ, ଧିରଜ ମହାନ୍ତି, ସୁଧାଂଶୁ ପଣ୍ଡା, ଯୋଗେନ ରଣା, ସୁସ୍ମିତା ପଣ୍ଡା, ସସ୍ମିତା ଦାଶ, ପବନ କମିଳା, ମନୋରଞ୍ଜନ ନନ୍ଦି, ପ୍ରତାପ ପ୍ରଧାନ, ଉମେଶ ବେହେରା, ସୌମ୍ୟ ଦାଶ, ମନୋହର ପେରିୱାଲ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ ।

