ତିହିଡି, ୨୫.୦୪: ବିଜେପି ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାଟପଡା ଡପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୁଣ୍ଡରେ କଳାପଟି ଓ କଂଗ୍ରେସ ତଥା ଇଡିମେଣ୍ଟ ବିରୋଧରେ ଫ୍ଲାକାର୍ଡ ଧରି ନାରାବାଜି କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆଗତ ମହିଳା ସଂରକ୍ଷଣ ବିଲ ପାରିତ ନହେବା ପ୍ରତିବାଦରେ ଏପରି ପ୍ରତିବାଦ କରାଯାଇଥିଲା । ସେଠାରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ରଞ୍ଜିତା ସ୍ୱାଇଁ, ପୂର୍ବତନ ଭାଜପା ଜିଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ପୂର୍ବତନ ସରପଞ୍ଚ ଅଲିଳପ୍ରଭା ରାଉଳ, ଝରଣା ଜେନା ଓ ରୀନାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିବା ବିଜେଡ଼ି ଓ କଂଗ୍ରେସକୁ ଭତ୍ସନା କରିବା ସହ ବିଲକୁ ପାରିତ କରିବା ପାଇଁ ଦାବି ଜଣାଇଥିଲେ । ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ମଣ୍ଡଳ ସଭାପତି କେଶବ ବେହେରା, ଉମାକାନ୍ତ ଦାସ, ସିଲୁ ବେହେରା, ଗଣେଶ କର, ମାନସ ନାୟକ, ସନ୍ୟାସୀ ବେହେରା, ଅମୀୟ ମହାନ୍ତି, ସୁରେଶ ପାତ୍ର, ସରୋଜ ନାୟକ, ଦେବେନ୍ଦ୍ର ମହାନ୍ତି, ରବିନ୍ଦ୍ର ଶତପଥି, ବରିଷ୍ଠ ନେତା ରଘୁନାଥ ପାତ୍ର, ଅଜୟ ମହାପାତ୍ର, ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ସମିତିସଭ୍ୟ ଶୁକଦେବ ମଲିକ, ରବିନ୍ଦ୍ର ଶତପଥୀ, ଉମାକାନ୍ତ ଦାସ, ସରୋଜ ନାୟକ, ଦେବେନ୍ଦ୍ର ମହାନ୍ତି, ମାନସ ନାୟକ, ଜୟପ୍ରକାଶ ବେହେରା, ଗଣେଷ କର, ସନ୍ୟାସୀ ବେହେରା, ଅମୀୟ ମହାନ୍ତି, ସୁରେଶ ପାତ୍ର, ପୁଷ୍ପାଞ୍ଜଳୀ ଲେଙ୍କା, ଅଲୀଳପ୍ରଭା ରାଉଳ, ରୀନା ସ୍ୱାଇଁ, କଳ୍ପନା ନାୟକ ଓ ଝରଣା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

