ଯାଜପୁର : ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ ।
ସୂଚନା ମୁତାବକ ବ୍ୟାସନଗର ତହସିଲ ଅଧିନ ମିନାବଜାର ଛକ ନିକଟରେ ଥିବା ଏକ ପୋଖରୀକୁ ଖନଖ କରି ବେଆଇନ ଭାବେ ମାଟି ଲୁଟି ନେଉଥିଲେ କିଛି ଦୁର୍ବୃତ୍ତ। ଏନେଇ ଖବର ପାଇବା ପରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ । ହେଲେ ମାଟି ଲୁଟ୍ କରୁଥିବା ମାଫିଆମାନେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ତହସିଲଦାରଙ୍କୁ ଉଦ୍ଧାର କରାଯାଇ କୋରେଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ। କୋରେଇ ଥାନା ଅନ୍ତର୍ଗତ ମୀନା ବଜାର ଛକ ନିକଟରେ ଏହି ଅଘଟଣ ଘଟିଛି । ବେଆଇନ ମାଟି ଚୋରିକୁ ରୋକିବା ପାଇଁ ଯାଇଥିବା ବେଳେ ମାଫିଆ ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଟ୍ରାକ୍ଟର ଚଢ଼ାଇ ଆକ୍ରମଣ କରିଥିଲେ । ଏଥିରେ ତହସିଲଦାର ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ କୋରେଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତହସିଲଦାରଙ୍କୁ ଆକ୍ରମଣ ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ।

