ଭୁବନେଶ୍ୱର : ଏଲପିଜି ସଙ୍କଟ ପାଇଁ ଟେନସନରେ ଗୃହିଣୀ । ବୁକିଂ ପାଇଁ ଲୋକେ ନାକେଦମ । ତେବେ କେମିତି କରିବେ ବୁକିଂ । ଭାରତରେ LPG ଗ୍ୟାସ୍ ସିଲିଣ୍ଡର (INDANE, HP, କିମ୍ବା BHARAT GAS) ବୁକ୍ କରିବା ଏବେ ବହୁତ ସହଜ। ଆପଣ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ବ୍ୟବହାର କରି ଗ୍ୟାସ ବୁକିଂ କରିପାରିବେ । ବର୍ତ୍ତମାନର ନିୟମ ଅନୁଯାୟୀ, ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ଅତିକମରେ ୨୫ ଦିନର ବ୍ୟବଧାନ ରହିବା ଆବଶ୍ୟକ । ସାଧାରଣତଃ ବୁକିଂର ୨-୩ ଦିନ ମଧ୍ୟରେ ଡେଲିଭରି ମିଳିଯାଏ ।
ଆପଣଙ୍କ ଗ୍ୟାସ୍ କମ୍ପାନୀର ନମ୍ବର ସେଭ୍ କରନ୍ତୁ ଏବଂ “HI” କିମ୍ବା “REFILL” ଲେଖି ହ୍ବାଟସଆପରେ ମେସେଜ୍ ପଠାନ୍ତୁ । INDANE: 75888 88824 (“REFILL” ଲେଖନ୍ତୁ) । BHARAT GAS: 1800 22 4344 (“HI” ଲେଖନ୍ତୁ) । ସେହିପରି HP GAS: 92222 01122 (“HI” ଲେଖନ୍ତୁ) । ଆପଣ କଲ୍ କରି IVRSରେ ମଧ୍ୟ ବୁକିଂ କରିପାରିବେ । ପଞ୍ଜିକୃତ ନମ୍ବରରୁ କଲ୍ କରି ସୂଚନା ଅନୁଯାୟୀ ବଟନ୍ ଦବାନ୍ତୁ । INDANE: 77189 55555, BHARAT GAS ପାଇଁ 77150 12345 ଓ HP GAS ପାଇଁ 88888 23456 କଲ କରନ୍ତୁ । ମିସଡ କଲ୍ ଦ୍ୱାରା ମଧ୍ୟ ଗ୍ୟାସ ବୁକିଂ କରାଯାଇ ପାରିବ । INDANE: 84549 55555, BHARAT GAS: 77109 55555 ଓ HP GAS: 94936 02222 କୁ କଲ୍ କରନ୍ତୁ । ଫୋନ କଲ୍ ଆପେ ଆପେ କଟିଯିବ ଏବଂ ବୁକିଂ ହୋଇଯିବ । ମୋବାଇଲ୍ ଆପ୍ ବ୍ୟବହାର କରି ପ୍ଲେ-ଷ୍ଟୋରରୁ ଅଫିସିଆଲ୍ ଆପ୍ ଡାଉନଲୋଡ୍ କରନ୍ତୁ । ଅନ୍ୟାନ୍ୟ ଅନଲାଇନ୍ ମାଧ୍ୟମ ଯଥା ଆପଣ PAYTM, PHONEPE, GOOGLE PAY କିମ୍ବା ସରକାରୀ UMANG ଆପ୍ ମାଧ୍ୟମରେ ମଧ୍ୟ ବୁକିଂ ଏବଂ ପେମେଣ୍ଟ କରିପାରିବେ। ବୁକିଂ ପରେ ଆପଣଙ୍କ ମୋବାଇଲକୁ ଏକ କନଫର୍ମେସନ୍ ମେସେଜ୍ ଆସିବ । ସିଲିଣ୍ଡର ପହଞ୍ଚିବା ପରେ କ୍ୟାସ-ଅନ୍-ଡେଲିଭରି କିମ୍ବା ଆଗୁଆ ଅନଲାଇନ୍ ପେମେଣ୍ଟ କରିପାରିବେ ।

