ବିସିସିଆଇ ବାର୍ଷିକ ଉତ୍ସବ ନମନ ଆୱାର୍ଡ ସମାରୋହରେ ପୂର୍ବତନ କ୍ରିକେଟର ତଥା କୋଚ୍ ରାହୁଲ ଦ୍ରାବିଡ ଏବଂ ଶୁବମନ ଗିଲଙ୍କୁ ସମ୍ମାନିତ କରିବ । ରାହୁଲ ଦ୍ରାବିଡଙ୍କୁ କର୍ଣ୍ଣଲ ସିକେ ନାୟଡୁ ଲାଇଫଟାଇମ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରିବ । ଶୁବମନ ଗିଲଙ୍କୁ କ୍ରିକେଟର ଅଫ ଦ ଇଅର ଆଓ୍ବାର୍ଡ ମିଳିବ ।
ରାହୁଲ ଦ୍ରାବିଡ କ୍ରିକେଟର ଏବଂ କୋଚ୍ ଭାବେ ଟିମ୍ ଇଣ୍ଡିଆରେ ଅନେକ ଦିନ ରହିଛନ୍ତି । ଖେଳାଳି ବେଳେ ନିଜ କ୍ୟାରିଅରରେ ଦ୍ରାବିଡ ‘ଦ ଓ୍ବାଲ’ ଭାବେ ନାମ ଅର୍ଜନ କରିଥିବା ବେଳେ କୋଚ୍ ଭାବେ ରୋହିତ ଶର୍ମାଙ୍କ ସହିତ ମିଶି ଟି୨୦ ବିଶ୍ବକପ ୨୦୨୪ ଟାଇଟଲ ଜିତିଥିଲେ । ୨୦୨୪ରେ ଟି୨୦ ବିଶ୍ବକପ ଟାଇଟଲ ଜିତିବା ପରେ ଦୁଇଟି ଆଇସିସି ଇଭେଣ୍ଟ ଚାମ୍ପିଅନ୍ସ ଟ୍ରଫି ଏବଂ ଟି୨୦ ବିଶ୍ବକପ ୨୦୨୬ ଜିତିଛି ଟିମ୍ ଇଣ୍ଡିଆ ।
ସେହିପରି ମୁମ୍ବାଇର ଆୟୁଷ ମାହାତ୍ରେ ନିଜ ପରଫମାନ୍ସ ପାଇଁ ଘରୋଇ ଲିମିଟେଡ ଓଭର କ୍ରିକେଟରେ ଶ୍ରେଷ୍ଠ ଅଲରାଉଣ୍ଡର ପାଇଁ ଲାଲା ଅମରନାଥ ଆଓ୍ବାର୍ଡରେ ସମ୍ମାନତି କରାଯିବ । ବିସିସିଆଇର ଏହି ଉତ୍ସବ ଦିଲ୍ଲୀରେ ୧୫ ମାର୍ଚ୍ଚକୁ ହେବ ।

