ଖେଳ

ଭଲ ପ୍ରଦର୍ଶନ ସତ୍ତ୍ବେ ଧୋନିଙ୍କ ପାଇଁ ମୋତେ ଦଳରୁ ବିଦା କରାଯାଇଥିଲା: ଇରଫାନ୍ ପଠାନ୍

Spread the love

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ କ୍ରିକେଟ କ୍ୟାରିୟର ସହ ଜଡିତ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଇରଫାନ ପଠାନ କହିଛନ୍ତି ଯେ, ୨୦୦୯ ମସିହାରେ ତାଙ୍କୁ ଦଳରୁ ବାହାର କରିବାରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଠାନ କହିଛନ୍ତି ଯେ, ଶ୍ରୀଲଙ୍କା ସିରିଜରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ, ୨୦୦୯ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ ନଥିଲା।

ଇରଫାନ ପଠାନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ମୋତେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ ନଥିଲା।। ଭଲ ‌ଖେଳିଥିଲେ ବି ମୋତେ ଟିମ୍‌ରୁ ବାଦ୍ ଦିଆଯାଇଥିଲା। ଯେତେବେଳେ ଏହାର କାରଣ ଯାଇ ମୁଁ ତତ୍କାଳୀନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନଙ୍କୁ ପଚାରିଥିଲି ସେ ମୋତେ ଦୁଇଟି କାରଣ କହିଥିଲେ। ପଠାନଙ୍କ ଅନୁସାରେ କର୍ଷ୍ଟନ କହିଥିଲେ ଯେ, ଏସବୁ ମୋ ହାତରେ ନାହିଁ। ମୁଁ ପଚାରିଲି ଏସବୁ ନିଷ୍ପତ୍ତି କିଏ ନେଉଛି। କିନ୍ତୁ ସେ ମୋତେ କିଛି କହିଲେ ନାହିଁ। ମୁଁ ପୂର୍ବରୁ ଜାଣିଥିଲି ଏସବୁ ନିଷ୍ପତ୍ତି କାହା ହାତରେ ଅଛି। ପ୍ଲେଇଂ ଇଲେଭେନ, ଅଧିନାୟକଙ୍କ ପସନ୍ଦ ହିସାବରେ ବଛାଯାଏ। ଏହି ନିଷ୍ପତ୍ତି ଅଧିନାୟକ, ପ୍ରଶିକ୍ଷକ ଏବଂ ପରିଚାଳନା କମିଟିର। ସେତେବେଳେ ଧୋନି ଅଧିନାୟକ ଥିଲେ। ସେହି ନିଷ୍ପତ୍ତି ଠିକ୍ କି ଭୁଲ ଥିଲା ତାହା ମୁଁ ଜାଣିବାକୁ ଚାହିଁନଥିଲି। କାରଣ ପ୍ରତ୍ୟେକ ଅଧିନାୟକଙ୍କର ନିଜସ୍ୱ ଢଙ୍ଗରେ ଦଳକୁ ଚଳାଇବାର ଅଧିକାର ଅଛି।’

ଦ୍ବିତୀୟ କାରଣଟି ଥିଲା, ସେହି ସମୟରେ ଦଳକୁ ସପ୍ତମ ନମ୍ବରରେ ଜଣେ ବ୍ୟାଟିଂ ଅଲରାଉଣ୍ଡର ଦରକାର ଥିଲା। ମୋ ଭାଇ ୟୁସୁଫ୍ ଜଣେ ବ୍ୟାଟିଂ ଅଲରାଉଣ୍ଡର ଥିଲେ ଏବଂ ମୁଁ ଜଣେ ବୋଲିଂ ଅଲରାଉଣ୍ଡର ଥିଲି। କେବଳ ଜଣଙ୍କୁ ଦଳରେ ସ୍ଥାନ ଦିଆଯିବାର ଥିଲା, ତେଣୁ ମୋ ଭାଇଙ୍କୁ ସ୍ଥାନ ମିଳିଲା। କିନ୍ତୁ ଏବେ ଦଳ ୨ଟି ଅଲରାଉଣ୍ଡରଙ୍କୁ ଖୁସି ଖୁସିରେ ଦଳରେ ସାମିଲ କରୁଛନ୍ତି।’

Leave a Reply

Your email address will not be published. Required fields are marked *