ନୋଏଡା : ଗୋଟିଏ ଘରର ଆଲମାରୀରୁ ୨୦ ଲକ୍ଷ ଟଙ୍କା ଚୋରି ମାମଲାକୁ ଗ୍ରେଟର ନୋଏଡାର ଜେୱାର ପୋଲିସ ସମାଧାନ କରିଛି । ଏହି ମାମଲାରେ ପୋଲିସ ୪ ଜଣ ନାବାଳକଙ୍କୁ ଗିରଫ କରଛି । ଚୋରି ହୋଇଥିବା ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ । ଏହି ୪ ଜଣ ନାବାଳକ ଥାର୍ କିଣିବା ପାଇଁ ଟଙ୍କା ଚୋରି କରିଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନାନୁଯାୟୀ, ଜେୱାରର ଜଣେ ବାସିନ୍ଦା ପାର୍ଶ୍ବୱାରେ ଅଭିଯୋଗ କରିଥିଲେ ଯେ, ସେ ଜମି ବିକ୍ରି କରି ଟଙ୍କାଙ୍କୁ ଆଲମାରୀରେ ରଖିଥିଲେ । ହେଲେ ତାଙ୍କ ଆଲମାରୀରୁ ୨୦ ଲକ୍ଷ ଟଙ୍କା ଚୋରି ହୋଇଯାଇଛି । ଚୋରି ହେବା ସମୟରେ ଘରେ କେହି ନଥିଲେ । ତେଣୁ ସେ ଯେତେବେଳେ ଘରକୁ ଫେରିଥିଲେ ସେତେବେଳେ ତାଙ୍କ ଆଲମାରୀରେ ଟଙ୍କା ନଥିଲା । ଫଳରେ ସେ ତୁରନ୍ତ ପୋଲିସକୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା । ପୋଲିସ୍ ତୁରନ୍ତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଜେୱାର ରିଷି ରୋଡ୍ ନିକଟରୁ ୪ ଜଣ ନାବାଳକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଟଙ୍କା ଉଦ୍ଧାର କରିଛି ।
ଏହାରି ମଧ୍ୟରେ ସେମାନେ ପୀଡିତଙ୍କ ପଡୋଶୀ ବୋଲି ଜଣାପଡିଛି । ପୋଲିସ ସେମାନଙ୍କ ଗିରଫ କରି ପଚରାଉଚରା କରିବାରୁ ଜଣାପଡିଲା ଯେ, ସେମାନେ ବ୍ଲାକ୍ ଥାରକୁ ଖୁବ୍ ପସନ୍ଦ କରୁଥିଲେ । ତେଣୁ କିଣିବା ପାଇଁ ସେମାନେ ଚୋରି କରିଥିଲେ । ଅନ୍ୟପଟେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

