ତିହିଡି଼, ୧୬.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ଦୌଲତପୁରରେ ପ୍ରସ୍ତାବିତ ମଦ ଦୋକାନ ଖୋଲାକୁ ନେଇ ସଂପ୍ରତି ସପକ୍ଷ ଓ ବିପକ୍ଷବାଦୀ ସୃଷ୍ଟି ହୋଇ ଯାଇଛି । ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ସମ୍ମୁଖରେ ମଦ ଦୋକାନ ଖୋଲା ହେବାକୁ ଯାଉଛି ଯାହାକୁ ହଜମ କରି ପାରୁନାହାଁନ୍ତି ଅବିଭାବକ, ପୂରାତନ ଛାତ୍ର ଓ ସ୍ଥାନୀୟ ବାସିନ୍ଦା । କୌଣସି ପରସ୍ଥିତିରେ ମଦ ଦୋକାନ ଖୋଲାଇ ଦେବେ ନାହିଁ ଏବଂ ଆବଶ୍ୟକ ପଡିଲେ ଆଇନ୍କୁ ହାତକୁ ନେଇ ବୋଲି ମଧ୍ୟ ଚେତାବନି ଦେଇଛନ୍ତି । ଗତ ତା ୦୩.୦୧.୨୬ରିଖରେ ଶତାଧିକ ପୁରୁଷ ଓ ମହିଳା ସଂଗଠିତ ହୋଇ ଫ୍ଲାକାର୍ଡ ଧରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବେିରୋଧରେ ନାରାବାଜି କରିବା ସହିତ ଶୋଭାଯାତ୍ରା କରିଥିଲେ । ଏପରିକି ପ୍ରସ୍ତାବିତ ମଦ ଦୋକାନ ନିକଟରେ ପହଁଞ୍ôଚ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ପୋଲିସ ହସ୍ତକ୍ଷେପରେ ତାହା ଶାନ୍ତ ପଡିଥିଲା । ହେଲେ ଆଗାମି ଦିନରେ ଯଦି ପ୍ରଶାସନ ସେଠାରେ ମଦ ଦୋକାନ ଖୋଲିବାରେ ସାମାନ୍ୟତମ ଉଦ୍ୟମ କରେ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଚେତେଇ ଦେଇଛନ୍ତି । ଏପରି ପ୍ରତିବାଦ ଗତ ୨୦୨୧ ମସିହାରେ ମଧ୍ୟ ହୋଇଥିଲା । ଲୋକଙ୍କ ଭାବାବେଗକୁ ଲକ୍ଷ୍ୟ ରଖି ମଦ ଦୋକାନୀ ପୂନଶ୍ଚ ଖୋଲିବାକୁ ଉଦ୍ୟମ ଚଳାଇଥିଲା ଯାହା ସଂପ୍ରତି ବନ୍ଦ ରହିଛି । ଅନ୍ୟପଟେ ପୀରହାଟ ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଦୋକାନ ବଜାରରେ ଚୋରା ମଦ ବିକ୍ରୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ସପକ୍ଷବାଦୀ । ସରକାରୀ ମଦ ଦୋକାନ ଖୋଲାଗଲେ ଏହାର ସମାଧନ ହୋଇ ପାରନ୍ତା ବୋଲି କହି ବୁଲୁଛନ୍ତି । ସରକାରୀ ମଦ ଦୋକାନ ଖୋଲାନଯାଉ ଏବଂ ଚୋରା ମଦ ବିକ୍ରୟ ବନ୍ଦ ପ୍ରସଙ୍ଗରେ ନିରବ ରହିବା ବନାମ ସରକାରୀ ମଦ ଦୋକାନ ଖୋଲାଯାଉ ଏବଂ ଚୋରା ମଦ ବିକ୍ରୟ ବନ୍ଦ ହେଉ ଏପରି ଦୁଇଟି ପ୍ରସଙ୍ଗ ସାଧାରଣ ଲୋକଙ୍କୁ ଅଡୁଆରେ ପକାଉଛି । ମଦ ଦୋକାନ ଖୋଲା ପ୍ରସଙ୍ଗରେ ରାଜନୀତି କରାନଯାଇ ସମ୍ପୂର୍ଣ୍ଣ ବନ୍ଦ କରାଗଲେ ସ୍ଥାନୀୟ ଅଞ୍ଚଳ ଶାନ୍ତ ପଡନ୍ତା ବୋଲି ସାଧାରଣାରେ ଆଲୋଚନା ହେଉଛି । ତେବେ ଏବର ଶାସକ ଦଳ ଯେବେ ବିରୋଧି ଦଳଭାବେ ଭୂମିକା ନିର୍ବାହ କରୁଥିଲା ତତ୍କାଳୀନ ସରକାରଙ୍କ ମଦ ଦୋକାନ ଖୋଲାକୁ ବିରୋଧ କରି ଆସୁଥିଲା ହେଲେ ସରକାର ଗଠନ ପରେ ମଦ ଦୋକାନ ଖୋଲା ଉପରେ ଅଙ୍କୁଶ ଲଗାଯାଉ ନଥିବା ବେଳେ ନୂଆ ମଦ ଦୋକାନ ଯାହାକୁ ଯେତେ ଏବଂ ଯେଉଁଠି ପାରି ସେଇଠି ଖୋଲିବାର ଉଦ୍ୟମ ଚାଲିଛି ଯାହାକୁ ସହଜରେ ହଜମ କରି ପାରୁନାହାଁନ୍ତି ଲୋକେ । ଆଗାମି ଦିନରେ ଯଦି ପ୍ରଶାସନ ଅଥବା ସପକ୍ଷବାଦୀଙ୍କ ପକ୍ଷରୁ ମଦ ଦୋକାନ ଖୋଲିବାକୁ ପ୍ରୟାସ କରାଯାଏ ତେବେ ବାମବନ୍ଥୀ ଦଳ ବିରୋଧିର ଭୂମିକା ନିଭାଇବ ବୋଲି ଚର୍ଚ୍ଚା ହେଉଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

