ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ଝାଡେଶ୍ୱର ଓ ରୁପସା ମଣ୍ଡଳର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି । ଝଡ଼େଶ୍ୱର ମଣ୍ଡଳର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଗଠିତ କମିଟିରେ ଉପସଭାପତି ଭାବେ ଶୈଳେନ୍ଦ୍ର ପ୍ରସାଦ ଦାଶ, ବିବେକାନନ୍ଦ ରାଉତ, ନିତିନ କୁମାର ଦାସ ଓ ଦୁଷ୍ମନ୍ତ ପଢିଆରୀ, ମହିଳା ଉପସଭାନେତ୍ରୀ ଭାବେ ମୌସୁମୀ ଘୋଷ ଓ ସସ୍ମିତା ଶୁକ୍ଳା, ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ଚାଟାର୍ଜୀ ଓ ସୌମ୍ୟଶଙ୍କର ଦାଶ, ସମ୍ପାଦକ ଭାବେ ହରେନ୍ଦ୍ର ସ, ରଞ୍ଜନ ଦାସ ଓ ଜିତେନ୍ଦ୍ର ପ୍ରହରାଜ, ମହିଳା ସମ୍ପାଦିକା ଭାବେ ସୁମିତ୍ରା ପରିଡା, ଚିନ୍ମୟୀ ନାୟକ ଓ ସସ୍ମିତା ବାରିକ, କୋଷାଧ୍ୟକ୍ଷ ଭାବେ ସାଗର ଅଗ୍ରୱାଲ ପ୍ରମୁଖ ଚୟନ ହୋଇଛନ୍ତି । ସେହିପରି ରୁପସା ମଣ୍ଡଳର ସଭାପତି ଶଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଗଠିତ କମିଟିରେ ଉମାକାନ୍ତ ପ୍ରଧାନ, ଜଳଧର ପରିଡା, ନିରଞ୍ଜନ ଜେନା ଓ ଅନ୍ତଯ୍ୟାମୀ ବେହେରା ଉପସଭାପତି, ସୁମିତ୍ରା ବାରିକ ଓ ସୁମତୀ ଜେନା ମହିଳା ଉପସଭାପତି, ରଶ୍ମି ରଞ୍ଜନ ଜେନା ଓ ଧନଞ୍ଜୟ ମହାନ୍ତି ସାଧାରଣ ସମ୍ପାଦକ, ମଧୁସୁଦନ ସେଠୀ, କାଶୀନାଥ ଦାସ ଓ ରାକେଶ କୁମାର ଦାସ ସମ୍ପାଦକ, ମୀନାକ୍ଷୀ ବିଶ୍ୱାଳ, ଚନ୍ଦନା ଦାସ ଓ ଗଙ୍ଗାମଣୀ ଧଳ ମହିଳା ସମ୍ପାଦିକା ଏବଂ ଶ୍ରୀଧର ବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଦୁଇ ମଣ୍ଡଳରେ ନବ ଗଠିତ କମିଟିକୁ ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରା ଅନୁମୋଦନ କରିବା ପରେ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକକଲ୍ୟାଣ ଯୋଜନା ସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚେଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଲୋକଙ୍କ ସରକାରଙ୍କ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ସହିତ ତୃଣମୁଳସ୍ତରରେ ଦଳୀୟ ସାଂଗଠନିକ ସ୍ଥିତି ସୃଦୃଢ କରିବା ଦିଗରେ ସର୍ବଦା ପ୍ରୟାୟ ଜାରି ରଖିବାକୁ ସାଂସଦ ଶ୍ରୀ ଷଡଙ୍ଗୀ ଓ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେବା ସହିତ ସମସ୍ତ ନୂତନ ମଣ୍ଡଳ ପଦାଧିକାରୀଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ୟାମ୍ପନ କରିଛନ୍ତି ।

