ଭୁବନେଶ୍ବର: ବାୟୁ ପ୍ରଦୂଷଣ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବାଲେଶ୍ବର ପରେ କଟକ, ଭୁବନେଶ୍ବର, ଅନୁଗୁଳ ଓ ତାଳଚେର ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ସହର ଭିତରେ କୌଣସି ପ୍ରକାର ଭଙ୍ଗା କାର୍ଯ୍ୟ ହୋଇପାରିବ ନାହିଁ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୈନିକ ୩ଥର ରାସ୍ତାରେ ପାଣି ସିଞ୍ଚନ କରିବେ। ଆବର୍ଜନା ଖୋଲାରେ ଜାଳିବେ ନାହିଁ କିମ୍ବା ଢାବାରେ କୋଇଲା ଜାଳେଣି ଭାବେ ବ୍ୟବହାର ହେବନାହିଁ। ଏଥିସହ ବିନା ଘୋଡ଼ଣିରେ କୌଣସି ମାଲ ବୋଝେଇ ଟ୍ରକ୍ ସହର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। କଟକଣା ଠିକ୍ ଭାବେ ପାଳନ ହେଉଛି, ଏକଥା ପୁଲିସ, ସ୍ଥାନୀୟ ପ୍ରଶାସନ, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଆର୍ଟିଓ ନିଶ୍ଚିତ କରିବେ।

