ଭୁବନେଶ୍ୱର (୪/୧) : ୨୦୨୫ ମସିହାକୁ ବିଦାୟ ଦେଇ ୨୦୨୬କୁ ସ୍ୱାଗତ କରିବା ପାଇଁ ଡିସେମ୍ବର ମାସ ୩୧ ତାରିଖ ରାତି ୧୧.୩୦ରୁ ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ଟାଇମ ପାସ୍ ପକ୍ଷରୁ ସରୋଜ ବଳଙ୍କ ତତ୍ତ୍ବାବଧାନରେ ଏକ ଅନଲାଇନ୍ ” ମଧ୍ଯ ରାତ୍ର କବିତା ଆସର”ର ଆୟୋଜନ କରାଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ ୪୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ଆଗ୍ରହ ସହକାରେ ନୂଆବର୍ଷ ଆଧାରିତ ନିଜସ୍ବ କବିତା ପାଠକରି ଶ୍ରୋତାମାନଙ୍କୁ ନୂଆ ବର୍ଷର ସ୍ୱାଗତ ପର୍ବରେ ସାମିଲ୍ କରାଇ ପାରିଥିଲେ । ରିପୋର୍ଟ: ସନାତନ ମହାକୁଡ଼

