ପୁରୀ: ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି । କିଛି ସମୟ ବନ୍ଦ ରହିଥିଲା ଦର୍ଶନ । ମନ୍ଦିର କମାଣ୍ଡରଙ୍କୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କ ଧକ୍କା । ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଯାହାକୁ ନେଇ ସାତ ପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଥିଲେ ସେବକ । ସାତପାହାଚ ତଳେ ପ୍ରୋଟୋକଲ ବ୍ୟବସ୍ଥାକୁ ବିରୋଧ କରି ବିବାଦ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ସ୍ବତନ୍ତ୍ର ବଳ ଗୋଟିଏ ଧାଡି କରିଥିବାରୁ ବିବାଦୀୟ ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସେବାୟତ ।

