ତିହିଡି, ୧୯.୧୨: ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ତିହିଡି ବ୍ଲକସ୍ତରୀୟ ୪୨ତମ ବାର୍ଷିକ ଶିଶୁ ଉତ୍ସବ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, ଆରୁହା ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୨୧ଟି ବିଦ୍ୟାଳୟର ମୋଟ୍ ୨୬୨ ଜନ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହନ କରିଥିଲେ । ତର୍କ, କନ୍ଠ ସଂଗୀତ, ଚିତ୍ରାଙ୍କନ, ଆବୃତ୍ତି, ଗଳ୍ପ ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ ସାଧାରଜ୍ଞାନ ଓ କୁଇଜ୍ ଆଜି ୧୦ଟିରେ ପ୍ରତିଯୋଗିତା ହୋଇଥିଲା । ପୂର୍ବାହ୍ନରେ ଉଦଘାଟନୀ ଉତ୍ସବରେ ବିଡିଓ ନିରଞ୍ଜନ ବେହେରା ମୁଖ୍ୟ ଅତିଥିଭାବେ, ସମ୍ମାନୀତ ଅତିଥିଭାବେ ଓଷ୍ଟାର ପୂର୍ବତନ ସମ୍ପାଦକ ତଥା ଜିଲ୍ଲା ସଭାପତି ଦେବବ୍ରତ ତ୍ରିପାଠୀ, ଉପସଭାପତି ବିଷ୍ନୁଚରନ ନାୟକ, କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁକାନ୍ତ ନାୟକ, ଜିଲ୍ଲା ସହସମ୍ପାଦକ ପ୍ରଶାନ୍ତ ମିଶ୍ର, ଓଷ୍ଠାର ବ୍ଲକ ସଭାପତି ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପନ୍ଡା ପ୍ରମୁଖ ଯୋଗଦେଇ ଶିଶୁ ହସିଲେ ଦେଶ ହସିବ, ସମସ୍ତଙ୍କ ମଧ୍ୟରେ ପ୍ରତିଭା ରହିଛି, ଏପରି ଉତ୍ସବ ଜରିଆରେ ସେମାନଙ୍କର ବିକଶିତ ହୋଇ ପାରିବେ ବୋଲି କହିଥିଲେ । ଏହି ଅବସରରେ ଓଷ୍ଟାର କେତେକ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଷ୍ଟାର ବ୍ଲକ ଉପସଭାପତି ବିଷ୍ନୁଚରନ ନାୟକଙ୍କ ପୌରାହିତ୍ୟରେ ଅପରାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ତଥା ପୁରଷ୍କାର ବିତରନ ଉତ୍ସବରେ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁପ୍ରଭା ପାନି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ନକୁଳ ଚରନ ବାରିକ, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟର ପ୍ରତିଷ୍ଠାତ ମୀନକେତନ ସେନାପତି, ଓଷ୍ଠାର ଚାନ୍ଦବାଲି ବ୍ଲକ ସମ୍ପାଦକ ପ୍ରଭାକର ପରିଡା, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ସଭାପତି ଶଶିଶେଖର କରଶର୍ମା, ସାଧାରନ ସମ୍ପାଦକ ପ୍ରଭାତ ପାନି, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପନ୍ଡା, ଧାମନଗର ବ୍ଲକର ସଭାପତି ସଞ୍ଜୟ ସେନାପତି ପ୍ରମୁଖ ଯୋଗଦେଇ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରିଥିଲେ । ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ଭାଷନ ଦେଇଥିବା ବେଳେ ଭକ୍ତବନ୍ଧୁ ପତି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଓଷ୍ଟାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ଆୟୋଜକ ବିଦ୍ୟାଳୟର ସନ୍ତୋଷ କୁମାର ପନ୍ଡା, ନୃସିଂହ ଚରନ ପନ୍ଡା, ସୁବାଶ ଚନ୍ଦ୍ର ଦାସ, ଅଭୟ ସେନାପତି, ଦାଉଦ୍ ଅଲ୍ଲୀ ସାହାଜୀ, ଭାଗିରଥି ବେହେରା, ବାଇଧର ଜେନା, ବୈକୁନ୍ଠ ନାଥ ବେହେରା ଓ ଅଶୋକ କୁମାର ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

