ଗଜପତ: ଗୋଆ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ଗଜପତି ଜିଲ୍ଲାର ବୋଲି ଜଣାପଡିଛି। ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଆଉ ଜଣେ ଶ୍ରମିକ। ମୃତକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ୍ ଲିଲିଗଡ ପଞ୍ଚାୟତ ଡେଙ୍ଗାଆମ୍ବ ଗ୍ରାମର ଜୟ ମଲ୍ଲିକ (୧୮)।
ପରିବାର ଆର୍ଥିକ ଯନ୍ତ୍ରଣା ଦୂର କରିବା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ ଜୟ। ଗତ ଗୋଟିଏ ବର୍ଷ ହେଲା ସେଠାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଆଜି ମଧ୍ୟାହ୍ନ ସମୟରେ ମର ଶରୀର ଗାଁ ରେ ପହଞ୍ଚିବାକୁ ଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

