ଭୁବନେଶ୍ୱର : ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଉତ୍ତର ଆଉ ଦକ୍ଷିଣରୁ ଉପକୂଳ ଚାରିଆଡ଼େ ଶୀତର ଲହରୀ । ରାଜ୍ୟରେ ୧୨ତାରିଖ ପର୍ଯ୍ୟନ୍ତ ଶୀତ ଲାଗିରହିବା ନେଇ କୋଲ୍ଡ ୱେଭ ଜାରି କଲା ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରୀ ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଅନୁଗୁଳ ଓ ଝାରସୁଗୁଡା ୩ ଜିଲ୍ଲାକୁ କୋଲ୍ଡ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟରେ ୧୦ ଡିଗ୍ରୀ ତଳେ ରହି ୧୦ ସହର । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ରେକର୍ଡ କରାଯାଇଛି ।

