ରାଜ୍ୟ

ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା

Spread the love

ଭୁବନେଶ୍ବର: ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା। ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ। ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ବିଶେଷକରି ୨୭ରୁ ୨୯ ମଧ୍ୟରେ ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ ଅବପାତର ରୂପ ନେଇଛି। ଆଜି ସକାଳ ସାଢ଼େ ୫ଟା ସମୟରେ ସୃଷ୍ଟି ହୋଇଛି ଅବପାତ। ଆସନ୍ତା ୨୭ ତାରିଖରେ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଆଇଏମ୍‌ଡିର ସ୍ବତନ୍ତ୍ର ବୁଲେଟିନ୍‌ ଅନୁଯାୟୀ, ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଶନିବାର ସୁଦ୍ଧା ଅବପାତର ରୂପ ନେବ।

Leave a Reply

Your email address will not be published. Required fields are marked *