ରାଜ୍ୟ

ରେମୁଣା ଏନ୍ .ଏଚ୍.-୫ ଠାରୁ ଚିଲାପଦା ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ

Spread the love

ରବିବାର ସକାଳ ୧୦ ଘଟିକା ସମୟରେ ବିରୁଆଁ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ୩,୫୦,୧୦,୪୬୦/- ଟଙ୍କାର ଏନ୍ .ଏଚ୍.-୫ ଠାରୁ ଚିଲାପଦା ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଞ୍ଚଳ ବାସୀଙ୍କ ବହୁ ଦିନର ଆଶା ପୁରଣ ହେବାକୁ ଯାଉଅଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜନସାଧାରଣଙ୍କ ଗମନାଗମନ ସୁରକ୍ଷିତ ହେବ।


ଏହି ଅବସରରେ ଗ୍ରାମୀଣ ବିକାଶ ବିଭାଗର ଜୁନିଅର ଇଞ୍ଜିନିୟର ବେହେରା ବାବୁ, ସରପଞ୍ଚ ବିରୁଆଁ ସୁମନ୍ତ କୁମାର ଦାସ, ସମିତି ସଭ୍ୟା ଅଞ୍ଜନା ନାଥ, ମଣ୍ଡଳ ସଭାପତି ରଘୁନାଥ ପରିଡ଼ା, ଶୁଭ୍ରଜିତ ବାରିକ, ଗଜେନ୍ଦ୍ର ଦାସ, ନାଏବ ସରପଞ୍ଚ ବିନୋଦ କୁମାର ଦାସ, ଆଦିତ୍ୟ ବାରିକ, ହରେକୃଷ୍ଣ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *