ରାଜ୍ୟ

ଆଜି ଅପରାହ୍ନ ଚାରିଟା ସମୟରେ ପଶ୍ଚିମବଙ୍ଗର ମହାମହିମ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆଲୋଚନା ହେବ,

Spread the love

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି)ର ଏସଆଇ ପରୀକ୍ଷା କେଳେଙ୍କାରୀରେ ଶଙ୍କର ପୃଷ୍ଟି, ଖାସ୍ ସହଯୋଗୀ ମୁନା ମହାନ୍ତିଙ୍କ ସମେତ ପାଞ୍ଚ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ଦୀପ୍ତିମୟୀ ସାହୁ, ଶ୍ରୀକାନ୍ତ ମହାରଣା, ସୁକାନ୍ତ ମହାରଣା ଓରଫ ରିଙ୍କୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ବିରୋଧ‌ରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯାଇଥିଲା। ଫଳରେ ସେମାନେ ଦେଶ ଛାଡ଼ି ବିଦେଶକୁ ଆଉ ଖସି ଯାଇପାରିବେ ନାହିଁ। ସେପ୍ଟେମ୍ବର ୩୦ରେ ତିନୋଟି ବସରେ ଯାଉଥିବା ୧୧୪ ପ୍ରାର୍ଥୀଙ୍କୁ ମୁନା ହିଁ ଯୋଗାଡ଼ କରିନେଇଥିବା ଅଭିଯୋଗ ରହିଛି। ପ୍ରାର୍ଥୀ ଯୋଗାଡ଼ ପଛରେ ମୁନା ମୁଖ୍ୟ କାର୍ପଟଦାର ଥିଲା।

Leave a Reply

Your email address will not be published. Required fields are marked *