ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନ ରେ ସାକ୍ଷାତ କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବାଲେଶ୍ୱରରେ ଅନେକ ବିକାଶମୂଳକ କାର୍ଯ୍ୟ ଯାହା ଭିନ୍ନ ଭିନ୍ନ କରଣ ପାଇଁ ଅଟକି ରହିଛି ବା ପ୍ରଶାସନିକ ବିଳମ୍ବ ହେଉଛି ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏହାର ଆଶୁ ପ୍ରତିକାର ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।

