ରାଜ୍ୟ

ବର୍ଷା: କେକେ ରେଳଲାଇନରେ ପଥର ଧସିଲା, ୨ଟି ଟ୍ରେନ୍‌ ବାତିଲ

Spread the love

 କୋରାପୁଟ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ୪୦୨ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। କୋରାପୁଟ-ରାୟଗଡ଼ା (କେକେ ଲାଇନ୍‌)ରେ ପାହାଡ଼ରୁ ପଥର ଖସିଛି। ରେଳ ଟ୍ରାକ ଉପରେ ପଥର ଖସିଛି। ସେହିପରି ରେଳଲାଇନ୍‌ ଉପରେ ମାଟି ପଡ଼ିଛି। ପ୍ରବଳ ବର୍ଷାରେ ଡୁମୁରିପୁଟ-ଦାମନଯୋଡ଼ି ମଝିରେ ଡାଉନ ଲାଇନ ୧୩/୨୨ରେ ପଡିଛି ମାଟି ଓ ପଥର।

ସେହିପରି ବିଶାଖାପାଟଣାରୁ କୋରାପୁଟ ଭିତରେ ଟାଇଡା-ଚିମିଦିପାଲି ମଝିରେ ବିଦ୍ୟୁତ ତାର ଉପରେ ଗଛ ପଡିଛି, ଯାହା ଫଳରେ ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ ବାତିଲ କରାଯାଇଛି।

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ତାଣ୍ଡବ ରଚିଛି। କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପରିସ୍ଥିତି ଦେଖାଯାଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ଥିବା ବେଳେ କେକେ ଲାଇନ୍‌ରେ ପଥର ପଡ଼ିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

Leave a Reply

Your email address will not be published. Required fields are marked *