ରାଜ୍ୟ

ୟୁପି ସରକାର ଅପରାଧୀଙ୍କୁ ସମ୍ମାନିକ କରେନି, ଦଣ୍ଡ ଦିଏ; ବରେଲି ହିଂସାକୁ ନେଇ ଯୋଗୀଙ୍କ ପ୍ରତିକ୍ରିୟା

Spread the love

କ୍ଷମତାରେ କିଏ ଅଛି ଭୁଲିଯାଅନି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରେଲି ହିଂସାକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ମୌଲାନା ତୌକିର ରଜା ଖାନଙ୍କୁ ଚେତାବନୀ ଦେଇ ସେ ଏଭଳି କହିଛନ୍ତିଲକ୍ଷ୍ନୌରେ ବିକଶିତ ଉତ୍ତରପ୍ରଦେଶ ଭିଜନ @୨୦୪୭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ଗତକାଲି ବରେଲିର ଜଣେ ମୌଲାନା ଭୁଲିଗଲେ ଯେ, ରାଜ୍ୟରେ କିଏ କ୍ଷମତାରେ ଅଛି। ସେ ଭାବିଥିଲେ ଯେ, ସେ ଯେତେବେଳେ ଚାହିଁବେ ଆଇନ ଶୃଙ୍ଖଳାକୁ ଭଙ୍ଗ କରିପାରିବେ। କିନ୍ତୁ ଆମେ ସ୍ପଷ୍ଟ କରିଦେଇଛୁ ଯେ, କୌଣସି ଅବରୋଧ କିମ୍ବା କର୍ଫ୍ୟୁ ରାଜ୍ୟରେ ଲାଗିବ ନାହିଁ। ଆମେ ଯେଉଁ ଶିକ୍ଷା ଦେଇଛୁ ତାହା ଭବିଷ୍ୟତ ପିଢ଼ିଙ୍କୁ ଦଙ୍ଗା କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ବାଧ୍ୟ କରିବ। ଆଇନ ଶୃଙ୍ଖଳାକୁ ଭଙ୍ଗ କରିବାର ଏହା କି ପ୍ରକାର ଉପାୟ?”

ସେ ଆହୁରି କହିଛନ୍ତି ଯେ, “୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ଏହା ସାଧାରଣ ଥିଲା। କିନ୍ତୁ ୨୦୧୭ପରେ, ଆମେ କର୍ଫ୍ୟୁକୁ ମଧ୍ୟ ଅନୁମତି ଦେଇନାହୁଁ। ଏହିଠାରୁ ଉତ୍ତରପ୍ରଦେଶର ବିକାଶର କାହାଣୀ ଆରମ୍ଭ ହୋଇଛି। ସେମାନେ ଭାବୁଥିଲେ ସେମାନେ ଧମକ ଦେଇ ରାସ୍ତା ଅବରୋଧ କରିବେ। ହେଲେ ଆମେ କହିଥିଲୁ ଯେ, କୌଣସି ସ୍ଥାନରେ କର୍ଫ୍ୟୁ ଲାଗିବ ନାହିଁ। ଆମେ ଦଙ୍ଗାକାରୀମାନଙ୍କୁ ଉଚିତ୍ ଶିକ୍ଷା ଦେଇଛୁ।”

ଏହି ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତରପ୍ରଦେଶର ପୂର୍ବ ସରକାରଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ପୂର୍ବରୁ ଦଙ୍ଗାକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ କରାଯାଉଥିଲା ଏବଂ ସମ୍ମାନିତ କରାଯାଉଥିଲା। ଦଙ୍ଗାକାରୀମାନଙ୍କୁ ଆତିଥ୍ୟ ଦିଆଯାଉଥିଲା ଏବଂ କ୍ଷମତାରେ ଥିବା ଲୋକମାନେ ବୃତ୍ତିଗତ ଅପରାଧୀ ଏବଂ ମାଫିଆମାନଙ୍କୁ ସଲାମ କରୁଥିଲେ। କ୍ଷମତାରେ ଥିବା ଲୋକମାନେ ଅପରାଧୀଙ୍କ କୁକୁର ସହିତ ହାତ ମିଳାଉଥିଲେ। ଆପଣ ନିଶ୍ଚୟ ଅନେକ ଦୃଶ୍ୟ ଦେଖିଥିବେ ଯେଉଁଠି ଜଣେ ରାଷ୍ଟ୍ରମୁଖ୍ୟ ଏକ ମାଫିଆ କୁକୁର ସହିତ ହାତ ମିଳାଇ ଗର୍ବ ଅନୁଭବ କରୁଥିବେ।”

ଉଲ୍ଲେଖଯୋଗ୍ୟ, ବରେଲିର ଏକ ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ଶେଷ ହେବାପରେ ଅନେକ ସଂଖ୍ୟାରେ ବ୍ୟକ୍ତି ‘ଆଇ ଲଭ୍‌ ମହମ୍ମଦ’ ଅଭିଯାନ ସମର୍ଥନରେ ମସଜିଦ ବାହାରେ ଏକଜୁଟ୍‌ ହୋଇଥିଲେ। ଜଣେ ସ୍ଥାନୀୟ ମୌଲାନା ଏବଂ ଇତେହାଦ-ଏ-ମିଲ୍ଲତ ପରିଷଦ ମୁଖ୍ୟ ତକିର ରାଜାଙ୍କ ଆହ୍ବାନରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ବରେଲିର ଇସଲାମିଆ ଗ୍ରାଉଣ୍ଡ୍‌ରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ୟାପକ ପୁଲିସ ମୁତୟନ

Leave a Reply

Your email address will not be published. Required fields are marked *