ସଂଗଠନ ସୁଦୃଢ଼ କରିବା ସହ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନବାଲେଶ୍ୱର: ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା, ବାଲେଶ୍ୱର ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ବାଲେଶ୍ୱରସ୍ଥିତ ଜିଲ୍ଲା କାର୍ଯ୍ୟାଳୟଠାରେ ମୋର୍ଚ୍ଚାର ଜିଲ୍ଲା ସଭାପତି ସମାୟ ଟୁଡୁଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ବୈଠକର ପ୍ରାରମ୍ଭରେ ମୋର୍ଚ୍ଚାର ଜିଲ୍ଲା ସଭାପତି ସମୟ ଟୁଡୁ ଉଦ୍ଘାଟନୀ ଅଭିଭାଷଣ ରଖି ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ। ସେ ନିଜ ଅଭିଭାଷଣରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ ହୋଇ ପରସ୍ପର କାନ୍ଧକୁ କାନ୍ଧ ମିଳାଇ ସଂଗଠନର କାର୍ଯ୍ୟକୁ ଆଗକୁ ବଢ଼ାଇବା ସହିତ ଦଳୀୟ ନିର୍ଦ୍ଦେଶ ଅନୁଯାୟୀ ମା’ ମାଟି ଓ ଜନସାଧାରଣଙ୍କ ସେବାରେ ସମର୍ପିତ ଭାବନାରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ବୈଠକରେ ଜିଲ୍ଲା ପ୍ରଭାରୀ ଫଗୁ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ଏକ ବିଚାରଧାରା ଆଧାରିତ ଦଳ। ଏଠାରେ ନୀତି, ଆଦର୍ଶ ଓ ଶୃଙ୍ଖଳାକୁ ସର୍ବଦା ପ୍ରାଥମିକତା ଦିଆଯାଏ। ଦେଶ ଓ ସମାଜ ଆମଠାରୁ ଅନେକ ଆଶା ରଖିଛି। ତେଣୁ ସମସ୍ତେ ନିଜ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବା ଆବଶ୍ୟକ।
ସେ ଆହୁରି କହିଥିଲେ ଯେ, ଅନୁସୂଚିତ ଜାତିର ଉନ୍ନତି ଓ କଲ୍ୟାଣ ପାଇଁ ସରକାର ଅନେକ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ନିରନ୍ତର ପ୍ରୟାସ କରିବା ଉଚିତ। ଏହାଦ୍ୱାରା ଅନୁସୂଚିତ ଜାତି ସମାଜର ସାମାଜିକ ଓ ଆର୍ଥିକ ବିକାଶର ପଥ ସୁଗମ ହୋଇପାରିବ।
ଅନ୍ୟତମ ବକ୍ତା ତଥା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ଫଗୁ ହାଁସଦା ସଂଗଠନର ସାଂଗଠନିକ ଦକ୍ଷତା ଓ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିଜ ନିଜ ଦାୟିତ୍ୱ ଅନୁଯାୟୀ କାର୍ଯ୍ୟ କରିବାର ମାର୍ଗଦର୍ଶନ ଦେଇଥିଲେ। ଆଗାମୀ ଦିନରେ ଦେଶ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଥିବାରୁ ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସବୁ ପରିସ୍ଥିତିରେ ସଂଗଠନ ପାଇଁ ପ୍ରସ୍ତୁତ ରହିବାକୁ ସେ ଆହ୍ୱାନ ଦେଇଥିଲେ।
ବୈଠକର ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଚନ୍ଦ୍ରଶେଖର ନନ୍ଦ, ଉପସଭାପତି ବିଜୟ କୁମାର ସାହୁ, SDC ଚେୟାରମ୍ୟାନ ବିପିନ ମାରାଣ୍ଡି, ରାଜ୍ୟ ST ମୋର୍ଚ୍ଚା ସମ୍ପାଦକ ଶାକମ୍ବରୀ ସିଂ, ST ମୋର୍ଚ୍ଚାର ସାଧାରଣ ସମ୍ପାଦକ ରଞ୍ଜିତା ସିଂ ଓ ରାଜୁ ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ST ମୋର୍ଚ୍ଚାର ଉପସଭାପତି ମୁନି ସିଂ, ସୁକୁଲ ସୋରେନ, ବୀରେନ୍ଦ୍ର ସିଂ, ରଞ୍ଜନ କୁମାର ସିଂ, ସମ୍ପାଦକ ସୁଶାନ୍ତ ସିଂ, ଭାରତୀ ସିଂ ପାତ୍ର, ଯଶୋଦା ସୋରେନ, ରାମଜୀତ ହାଁସଦା, କୋଷାଧ୍ୟକ୍ଷ ପାଦୁମ ହାଁସଦା, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଫୁଲ ଟୁଡୁ, ଝଡ଼େଶ୍ୱର ମଣ୍ଡଳ ସଭାପତି ସୁରେନ୍ଦ୍ର ବାସ୍କେ ଓ ବାଣେଶ୍ୱର ମଣ୍ଡଳ ସଭାପତି ଅନନ୍ତ ସିଂଙ୍କ ସମେତ ଅନ୍ୟାନ୍ୟ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ସକ୍ରିୟ ସହଯୋଗ କରିଥିଲେ।
ଶେଷରେ ସମସ୍ତ କାର୍ଯ୍ୟକର୍ତ୍ତା ସଂଗଠନକୁ ଆହୁରି ମଜବୁତ କରିବା, ଦଳୀୟ ନୀତି ଓ ଆଦର୍ଶକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ଅନୁସୂଚିତ ଜାତି ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ।

