ତିହିଡି଼ : ଭଦ୍ରକ ଜିଲ୍ଲା ତିହିଡି଼ ମଙ୍ଗରାଜପୁର ଛକ ଦୁର୍ଗାପୂଜା ୪୧ ବର୍ଷରେ ପଦାର୍ପଣ କରିଛି। ମା’ ଙ୍କର ସପ୍ତା୍ମୀ ପୂଜା ଆରମ୍ଭ ହୋଇ ଯାଇଛି।। ୧୯୮୬ମସିହା ଠାରେ ମା’ଙ୍କର ପୂଜା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ବହୁ ଆଡମ୍ବରରେ କରା ଯାଇଛି। ପ୍ରଥମେ ସ୍ବର୍ଗତଃ ଗଙ୍ଗାଧର ଦାଶ, ନିତ୍ୟାନନ୍ଦ ଦାଶ, ଭାଗବତ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସେନାପତି, ସୁରେନ୍ଦ୍ର ଦାଶ, ବଙ୍କିମ ଚନ୍ଦ୍ର ଲେଙ୍କା ଓ ବଂଶୀଧର ସେନାପତିଙ୍କ ସମେତ ଭଗବାନ ପାଢ଼ୀ, ନିରଞ୍ଜନ ଦାଶ, ବଳରାମ ପାଢ଼ୀ, ଆନନ୍ଦ ଚନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର ପାଢ଼ୀ, ତରଣୀସେନ ଜେନା, ତାରାକାନ୍ତ ନାୟକ, ରମେଶ ଜେନା,ବାବାଜୀ ଦାଶ, ଦୋଳଗୋବନ୍ଦ ପାତ୍ର, ମାନସ ବିଶ୍ୱାଳ,ଦାଶରଥି ବେହେରାଙ୍କ ଉଦ୍ୟମରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଚଳିତ ବର୍ଷ କର୍ତ୍ତାଭାବେ ଭଗବାନ ପାଢ଼ୀ ଏବଂ ପତ୍ନୀ ରୁକ୍ମଣୀ ପାଢ଼ୀ, ପୁରୋହିତମାନେ ପୂଜାକାର୍ଯ୍ୟ ତୁଲାଇବେ ବୋଲି ଜଣାପଡିଛି।ପୁରୋହିତ ଭାବେ ଶୁକଦେବ ଦାଶଙ୍କ ସମେତ ଅନ୍ୟ ପୂଜକମାନେ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ଚଳିତ ବର୍ଷ ପୂଜାରେ ମା’ଙ୍କ ମନ୍ଦିର ସହିତ ଚତୁଃପାର୍ଶ୍ଵ ଆଲୋକୀକରଣ ସହିତ ସୁସଜ୍ଜିତ ତୋରଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି। ପୂଜା କମିଟିର ସଭାପତି ଭଗବାନ ପାଣିଗ୍ରାହୀ, ସମ୍ପାଦକ ରାମନାରାୟଣ ନାୟକ, କୋଷାଧ୍ୟକ୍ଷ ରବୀନ୍ଦ୍ର ପାଢ଼ୀ, ସଦସ୍ୟ ରାଜେଶ ପାଢ଼ୀ, ବିରେନ୍ଦ୍ର ସେନାପତି, ଅଶୋକ ବଳ, କୈଳାସ ରାଉଳ, ପ୍ରିୟବ୍ରତ ପାଢ଼ୀ, ସୁଶାନ୍ତ ଲେଙ୍କା, ଦୀପକ ସ୍ୱାଇଁ, ନୀଳମଣି ସାବତ, କୃଷ୍ଣଚନ୍ଦ୍ର ଜେନା, ରମେଶ ଜେନା, ରଘୁନାଥ ମଳିକ,ବିଶ୍ୱନାଥ ତ୍ରିପାଠୀ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରିବେ ବୋଲି ଜଣା ଯାଇଛି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

