ତିହିଡି଼ ୧୨/୧୦: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବାରୋ ଗ୍ରାମର ସାହିତ୍ୟିକ ତଥା ଲେଖକ ସାମୁଖ୍ୟର ସଭାପତି ଭଗବାନ ଚନ୍ଦ୍ର ନାୟକଙ୍କ ରଚିତ ପୁସ୍ତକ ‘ସୃଜନ ସମ୍ଭାର’ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ତିହିଡି଼ ସୈନିକ ସ୍କୁଲ ପରିସରରେ ଲେଖକ ସମ୍ମୁଖ୍ୟ ପକ୍ଷରୁ ରବିବାର ସନ୍ଧ୍ୟାରେ ପୁସ୍ତକ ଲୋକାର୍ପଣ ସଭା ଅନୁଷ୍ଠିତ ହୋଇଥିଲା। ଲେଖକ ସମ୍ମୁଖ୍ୟର ସମ୍ପାଦକ ତଥା ସାମ୍ବାଦିକ ରାମନାରାୟଣ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତିହିଡି଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ତ୍ରିପାଠୀ ,ମୁଖ୍ୟ ବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଡ଼ ଅଭୟ କୁମାର ଦାସ, ସମ୍ନାନିତ ଅତିଥିଭାବେ ଶିକ୍ଷାବିତ ସୋମନାଥ ପାଢ଼ୀ, ସମାଜସେବୀ ସଚ୍ଚିକାନ୍ତ ନାୟକ ଯୋଗଦେଇ ପୁସ୍ତକ ଲୋକାର୍ପଣ କରିବା ସହିତ ପୁସ୍ତକଟି ପାଠକୀୟ ଆଦୃତ ହୋଇପାରିବ ବୋଲି କହିଥିଲେ। ଅଧ୍ୟାପକ ନାରାୟଣ ପୃଷ୍ଟି ପୁସ୍ତକ ସମୀକ୍ଷା କରିଥିଲେ। ସୈନିକ ସ୍କୁଲ ଅଧ୍ୟକ୍ଷ କବି ବିସ୍ମୟ ବିହାରୀ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ। ଆଇନଜୀବି ନୀଳମାଧବ ସେନାପତି ଅତିଥି ପରିଚୟ କରିଥିବା ବେଳେ ଯୁବ ଗାଳ୍ପିକ କୈଳାଶ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ପି. ହୃଷିକେଶ, ବୈକୁଣ୍ଠନାଥ ଓଝା, ନିର୍ମଳ ଦଳେଇ, ମଥୁରା ମୋହନ ବେହେରା, ସୁବାଷ ଚନ୍ଦ୍ର ଦାଶ, ଜୟନ୍ତ କୁମାର ମହାନ୍ତି, ଅଧ୍ୟାପିକା ଉଷାରାଣୀ ଜେନା,ସୁଶ୍ରୀ ବିଦ୍ୟୁତ ଲତା ନାୟକ, ମୁକୁନ୍ଦଦେବ ନାୟକ, ସୁଧାର ରଞ୍ଜନ ମହାନ୍ତି, ଶ୍ରୀହର୍ଷ ସ୍ୱାଇଁ, ଅମୂଲ୍ୟ ସେନାପତି, ରୀନାରାଣୀ ପାତ୍ର, ପ୍ରେମଲତା ନାୟକ, ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଧୂର୍ବଚରଣ ସାମନ୍ତରାୟ ମହାପାତ୍ର ଓ ନୀଳମ୍ବର ସେଠି ପରିଚାଳନା ସହଯୋଗ କରିଥିଲେ। ଶେଷରେ କବି ନିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

