ତିହିଡି, ୧୦.୧୦: ଶନିବାର ଥିଲା ନାମାଙ୍କନ ପତ୍ର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସ । ଏହି ମର୍ମରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ବିଏନଏମଏ କଲେଜର ପ୍ରାର୍ôଥପତ୍ର ପ୍ରତ୍ୟାହାର ଶେଷ ହୋଇଛି । ଦୁଇ ଜଣ ପ୍ରାର୍ଥି ସେମାମନଙ୍କ ପ୍ରାର୍ôଥପତ୍ର ପ୍ରତ୍ୟାହାର କରିଥିବା କଲେଜ କର୍ତ୍ତପକ୍ଷଙ୍କ ଠାରୁ ସୂଚନା ମିଳିଛି । ବିସିଜେ ଅଭିଯୋଗ ମୁତାବକ, ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ଛାତ୍ର ସଂସଦ ନିର୍ବାଚନକୁ କରାୟତ କରିବା ଲାଗି କଳବଳ ଲଗେଇ ଚାଲିଛନ୍ତି । ପ୍ରାର୍ଥିପତ୍ର ଦାଖଲର ପୂର୍ବରୁ ଏବଂ ପରେ ମଧ୍ୟ ସେହି ସଂଗଠନର କେତେକ ଯୁବକ ନାନାଦି ଧମକ ଚମକ ଦେଇ ବିଜୟଲାଭ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି । ଏପରିକି ନାମାଙ୍କନ ପରେ ବିସିଜେର ସହ-ନାଟ୍ୟ ସମ୍ପାଦକ ପ୍ରାର୍ôଥ ଅବିନାଶ ପୃଷ୍ଟିଙ୍କ ପ୍ରାର୍ôଥପତ୍ର ପ୍ରତ୍ୟାହାର କରାଇବାରେ ସଫଳ ହୋଇଥିବା ଅଭିଯୋଗ କରାଯାଇଛି । ଏହାକୁ ସର୍ଜମିନ୍ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ବିସିଜେର ସଭାପତି ପ୍ରାର୍ଥି ସରୋଜ ମୁଦୁଲୀ, ସମ୍ପାଦକ ପ୍ରିୟବ୍ରତ ବିଶ୍ୱାଳ, ସୁମନ୍ତ ମଳିକ, ସତ୍ୟନାରାୟଣ ନାୟକ, ଅଭୟ ବାରିକ, ସୁଶାନ୍ତ ନାୟକ, ସବିତା ବେହେରା, ଆଲୋକ ମିଶ୍ର ଓ ସଞ୍ଜୟ ଦାସଙ୍କ ପ୍ରମୁଖ ଦାବୀ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

