ତିହିଡି – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ପାଟଣାସାହି ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସିଆରସିସି ତ୍ରିନାଥ ସେଠୀଙ୍କ ତତ୍ତ୍ଵାବଧାନରେ ଉମାମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଦୀକ୍ଷିତ ଅନୁଷ୍ଠିତ ସଭାରେ ସଭାପତିତ୍ବରେ କରିଥିଲେ। ଏଥିରେ ମୂଖ୍ୟ ଅତିଥି ଭାବେ ସାଧନ କେନ୍ଦ୍ରର ପୂର୍ବତନ ସିଆରସିସି ବସନ୍ତ କୁମାର ବେହେରା, ମୂଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦେବ କିଶୋର ଦାସ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବ୍ଲକ୍ ସହକାରୀ ଅନୁଶିକ୍ଷାଧିକାରିଣୀ ଲକ୍ଷ୍ମୀପ୍ରିୟା ମାଝି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଭାଷା ସମୃଦ୍ଧ ହେଲେ ଓଡିଶା ସମୃଦ୍ଧି ହୋଇପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସି.ଆର.ଏସ. ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ହିମାନୀ ମଲ୍ଲିକ , ଖାଙ୍କିହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ ଶ୍ରୀକାନ୍ତ ପତି, ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ନାୟକ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦୀନରଞ୍ଜନ ପାଢ଼ି ସଭା ପରିଚାଳନା କରିଥିଲେ । ଦୀନବନ୍ଧୁ ବାରିକ, ଶ୍ରୀନାଥ ମଳିକ, କାଲାମ ଖାନ, ଅଶୋକ ପାଣିଗ୍ରାହୀ ଧରଣୀଧର ଦାସ . ସୁମିତ୍ରା ପାଣିଗ୍ରାହୀ, ଅମିୟ ନାୟକ ନିରୁପମା ତ୍ରିପାଠୀ ପ୍ରମୁଖ ଶିକ୍ଷକ ,ଶିକ୍ଷୟତ୍ରୀ ସମସ୍ତ ପ୍ରତିଯୋଗିତା ଗୁଡ଼ିକ ପରିଚାଳନା କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

