ନବରଙ୍ଗପୁର : ତା ୨୭-୦୯-୨୦୨୬
ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ମୁହା ଓ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ‘ଗଭୀର ଅବପାତ’ (Deep Depression) ଯୋଗୁଁ ଗତ ୨୪-୦୯-୨୦୨୬ ଠାରୁ ୨୬-୦୯-୨୦୨୬ ମଧ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସର୍ବୋପରି ନବରଙ୍ଗପୁର ଜିଲ୍ଲା ରେଡ ଜୋନ ପରିସର ମଧ୍ୟରେ ରହିଥିବା ପରିପ୍ରେକ୍ଷୀରେ, ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ “ଶୂନ୍ୟ ମୃତ୍ୟୁ” କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରିଥିଲା |

ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲା ସକାଶେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଅମିୟ କୁମାର ସାହୁଙ୍କୁ ନିଯୋଜିତ କରିଥିଲେ | ଜିଲ୍ଲାର ଅଧିକ ପ୍ରଭାବିତ ଥିବା ପାଞ୍ଚଟି ପଞ୍ଚାୟତ ସମିତି ରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା |

ଜିଲ୍ଲା ଜରୁରୀକାଳିନ ବିଭାଗ ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାରଖି ସମସ୍ତ କର୍ମଚାରୀ ସମସ୍ତ କର୍ମଚାରୀ ୨୪ ଘଣ୍ଟା ନିରୀକ୍ଷଣ କରୁଥିଲେ | ଲଘୁଚାପ ର ପ୍ରକୋପ କମିବା ପରେ ପ୍ରାରମ୍ଭିକ ଆକଳନ ଅନୁସାରେ ଜିଲ୍ଲାର ୧୦ ଗୋଟି ପଞ୍ଚାୟତ ସମିତି ର ୧୦୦ ଗୋଟି ଗ୍ରାମ ପଞ୍ଚାୟତ ର ୧୬୭ ଗ୍ରାମ ପ୍ରଭାବିତ ହେବା ସହ ଜିଲ୍ଲାର ଦୁଇଟି ପୌରାଞ୍ଚଳର ୭ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା |

ସେଥି ମଧ୍ୟରୁ ୨୪୭୦୬ ଲୋକ ପ୍ରଭାବିତ ହୋଇଥିଲେ ତନ୍ମଧ୍ୟରୁ ୧୦୧୧୯ ଲୋକ ପାଣିଘେରରେ ରହିଥିଲେ, ତନ୍ମଧ୍ୟରୁ ୯୭୧୪ ଲୋକଙ୍କୁ ଆଣି ୪୦ ଗୋଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀ ରେ ଥଇଥାନ କରି ସେମାନଙ୍କୁ ଶୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ ର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା | ପ୍ରାରମ୍ଭିକ ସୂଚନା ଅନୁସାରେ ଜିଲ୍ଲାରେ ୭୫୧ ଗୋଟି ଘର ଭାଙ୍ଗିବା ସହିତ ୧୦୦୦୦ ହେକ୍ଟର ରୁ ଉର୍ଦ୍ଧ ଚାଷ ଜମି ପ୍ରଭାବିତ ହେବାର ଆକଳନ କରାଯାଇଛି | ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାପାଇଁ ଦୁଇଗୋଟି ଓଡ୍ରାଫ ଟିମ ମୁତୟନ କରିଥିଲେ, ତାହା ସହିତ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ଅଗ୍ନିଶମ ବାହିନୀ ସହିତ ନୂଆପଡ଼ା ଜିଲ୍ଲାର ଦୁଇଟି ଏବଂ ବାଲାଙ୍ଗୀର ଜିଲ୍ଲାର ଦୁଇଟି ଅଗ୍ନିଶମ ବାହିନୀ ମୁତୟନ ଥିଲେ |

