ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ତାଙ୍କ ବାସଭବନରେ ଭେଟି ଇଷ୍ଟ କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ଦାବି ଉପସ୍ଥାପନ କଲେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ଆଜି ମାନ୍ୟବର କେନ୍ଦ୍ର ବନ୍ଦର,ଜାହାଜ ଚଳାଚଳ ଏବଂ ଜଳପଥ ବିଭାଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ତାଙ୍କ ବାସଭବନରେ ଭେଟି ଇଷ୍ଟ କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ଦାବି ଉପସ୍ଥାପନ କଲେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସମସ୍ତ ଚିଠି ସହିତ ଆଜି ଆଉ ଗୋଟିଏ ଚିଠି ଦେଇଛନ୍ତି ଯାହା କୋଷ୍ଟ କେନାଲର ଐତିହାସିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଛି। ଆଜି ପ୍ରଥମ ଥର ପାଇଁ ମାନ୍ୟବର ମନ୍ତ୍ରୀ ଏହି କାମ ନିଶ୍ଚୟ ହେବ ବୋଲି କହିବା ସହିତ ୧୫ ଦିନ ଭିତରେ ସର୍ଭେ ଟିମ ବାଲେଶ୍ୱର ଯାଇ ସମଗ୍ର ଅଞ୍ଚଳର ସର୍ଭେ ଟିମ ବାଲେଶ୍ୱର ଯାଇ ସମଗ୍ର ଅଞ୍ଚଳର ସର୍ଭେ କରି ଯଥା ଶୀଘ୍ର ରିପୋର୍ଟ ଦେବେ, ତାପରେ ଯେତେ ଶୀଘ୍ର ସମ୍ଭବ କାମ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।ଏହା ଦ୍ୱାରା ଜଳସେଚନ,ବନ୍ୟା ନିୟନ୍ତ୍ରଣ,ମାଛ ଚାଷ,ପର୍ଯ୍ୟଟନ ଓ ବିଦ୍ୟୁତ ଉତ୍ପାଦନ ଆଦି ନାନା କାମରେ ବ୍ୟବହାର କରାଯାଇପାରିବ।