ଏହି ଖବର କୌଣସି ସୂତ୍ରରୁ ଜାଣିବା ପରେ ବିଜେପିର ଯୁବ ନେତା ସୁନୀଲ କୁମାର ପାତ୍ର ଓ ଅକ୍ଷୟ କୁମାର ମିଶ୍ର ଉଭୟେ ମିଶି ତୁରନ୍ତ ବାଲାଜୀ ବାବୁଙ୍କୁ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଉନ୍ନତ ଧରଣର ଚିକିତ୍ସା ପାଇଁ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ।
ଏହାସହିତ ମେଲକୋତୁର ଗ୍ରାମର ୩ ଜଣ ଯୁବକ ବାଲାଜୀ ବାବୁଙ୍କ ଚିକିତ୍ସା ସମୟରେ ସହଯୋଗ କରିଥିଲେ। ସେମାନେ ହେଲେ—
୧. ତ୍ରିନାଥ ରାଓ
୨. ଦାମୋଦର ରାଓ
୩. ଶଙ୍କର ରାଓ
ବାଲାଜୀ ବାବୁଙ୍କ ଅସୁସ୍ଥତା ଖବର ପାଇବା ପରେ ଗ୍ରାମବାସୀଙ୍କ ସମେତ ପଞ୍ଚାୟତବାସୀ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।
ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ବିଜେପି ଯୁବ ନେତା ସୁନୀଲ କୁମାର ପାତ୍ର ତାଙ୍କ ଟିମ୍ ସହ ମେଦ୍ରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଏଡିଓ ଏବଂ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ବାଲାଜୀ ବାବୁଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।
ଏହି ଅସୁବିଧା ସମୟରେ ସମସ୍ତେ ସହଯୋଗର ହାତ ବଢ଼ାଇଥିବାରୁ ବାଲାଜୀ ବାବୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

