ଚାରା ରୋପଣରେ ୯୦ ପ୍ରତିଶତ ବିଫଳ, ରିକଭରି ହୋଇଛି ୭୪ ହଜାର ଟଙ୍କା
ତିହିଡ଼ି, ୨୪.୦୯: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଗୁରୁବାର ନୀଳମଣି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ତିହିଡି ପଞ୍ଚାୟତ ସମିତି, ଭୁବନେଶ୍ୱର ଓ ସାଟ, ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆୟୋଜିତ ଶିବିରରେ ୨୦୨୬-୨୦୨୭ଆର୍ôଥକ ବର୍ଷର ପ୍ରଥମ ଚକ୍ରରେ ତା ୦୧,୧୦,୨୫ରିଖରୁ ତା ୩୧,୦୩,୨୬ ରିଖ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରା ଯାଇଥିଲା । ବିଡ଼ିଓ ନିରଞ୍ଜନ ବାରିକଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଯୋଗଦେଇ ସରକାରଙ୍କ ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସାମାଜିକ ସମୀକ୍ଷା କରା ଯାଉଛି । ଏବଂ ଏହାଦ୍ୱାରା ସମସ୍ତ ସରକାରୀ କର୍ମଚାରୀ ସଚେତନ ହୋଇ ପାରିବେ ବୋଲି କହିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ସତ୍ୟଜିତ ପୃଷ୍ଟି ମୁଖ୍ୟ ବକ୍ତାଭାବେ ଯୋଗଦେଇ ସାମାଜିକ ସମୀକ୍ଷାର ଆଭିମୁଖ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟ ଉପରେ ସୂଚନା ଦେଇଥିଲେ । ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ସମ୍ନାନିତ ଅତିଥିଭାବେ ଯୋଗଦେଇ ଥିଲେ । ବ୍ଲକ ସାମାଜିକ ସମୀକ୍ଷକ ଇତିଶ୍ରୀ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେକେ ଏପିଓ କମିନୀ ଲତା ଓଝା ମନରେଗା ପ୍ରକଳ୍ପ ଗୁଡିକ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଏବିଡ଼ିଓ ମୀନକେତନ ବାରିକ ଧନ୍ୟବାଦ ଦେଇଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ବିଭିନ୍ନ ପଞ୍ଚାୟତରେ ରୋପଣ ହୋଇଥିବା ଚାରାଗଛ ମଧ୍ୟରୁ ମାତ୍ର ୧୦ପ୍ରତିଶତ ବଞ୍ôଚଛି । ବାକି ୯୦ପ୍ରତିଶତ ମରି ଯାଇଛି । ଏପରିକି କେତେକ ସ୍ଥାନରେ ଶତାଧିକ ଚାରାଗଛ ରୋପଣ ହୋଇଥିବା ବେଳେ ଗୋଟିଏ ବି ବଞ୍ôଚ ନାହିଁ । କେତେକ ସ୍ଥାନରେ ୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଗୋଟିଏ ଫଳକରେ କାମ ଶେଷ କରାଯାଇଥିବା ମଧ୍ୟ ଶିବିରରେ ବିଭିନ୍ନ ପଞ୍ଚାୟତର ଭିଆରପିମାନେ ସୂଚନା ଦେଇଥିଲେ । ତେବେ ଆସନ୍ତା ୧୫ଦିନ ମଧ୍ୟରେ ନଷ୍ଟ ହୋଇଥିବା ଚାରାଗଛ ଉଠାଇ ନୂଆ ଚାରାଗଛ ରୋପଣ କରିବାକୁ ଶିବିରରେ ବିଡ଼ିଓ ବାରିକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ଏବଂ କନିଷ୍ଠ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋହ୍ଲ ପଞ୍ଚାୟତ ଭିଆରପି ମଞ୍ଜୁଲତା ସାହୁ ଦର୍ଶାଇଛନ୍ତି ଯେ କୋହ୍ଲ ଏମଇ ସ୍କୁଲ ପରିସରରେ ରୋପଣ ହୋଇଥିବା ୫୦ ଚାରାଗଛ ମଧ୍ୟରୁ ଗୋଟିଏ ବି ବଞ୍ôଚ ନାହିଁ । ସେହିପରି ବାହାବଳପୁର ପଞ୍ଚାୟତ ଭିଆରପି ଇତିଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ, ନନ୍ଦକିଶୋର ହାଇସ୍କୁଲରେ ରୋପଣ ହୋଇଥିବା ୧୫୦ଟି ଚାରାଗଛ ମଧ୍ୟରୁ ମାତ୍ର ୧୫ଟି ବଞ୍ôଚଥିବା ବେଳେ ଅନ୍ୟସବୁ ମରିଯାଇଛି । ପଞ୍ଚାୟତର ଅନ୍ୟସବୁ ସ୍କୁଲରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିବା ସେ କହିଥିଲେ । ତଳଗୋପବିନ୍ଧା ପଞ୍ଚାୟତ ଭିଆରପି ସସ୍ମିତା ଜେନା କହିଥିଲେ ଯେ, କରଞ୍ଜମାଳ ନାଳ ସଂସ୍କାର ଓ ନିଶ୍ଚନ୍ତା ପ୍ରାଥମିକ ସ୍କୁଲରେ ଚାରା ରୋପଣ ୨ଟି ପ୍ରକଳ୍ପ ହୋଇଥିଲେ ମଧ୍ୟ ଗୋଟିଏ ପୁରୁଣା ଫଳକରେ ଲେଖା ଲିଭାଯାଇ ୨ଟି ପ୍ରକଳ୍ପର ସୂଚନା ଲେଖାଯାଇଛି । ରାଜନଗର ପଞ୍ଚାୟତ ଭିଆରପି ମଧ୍ୟ ୨ଟି ପ୍ରକଳ୍ପ କାର୍ଯ୍ୟ ଗୋଟିଏ ଫଳକରେ ଶେଷ କରା ଯାଇଥିବା ଦର୍ଶାଇଛନ୍ତି । ସେହିପରି ଅଚକ ପଞ୍ଚାୟତସ୍ଥିତ ନନ୍ଦପୁର ୟୁଜି ଏମଇ ସ୍କୁଲରେ ରୋପଣ ହୋଇଥିବା ୨ଶହ ଚାରାଗଛରୁ ଗୋଟିଏ ବି ଜୀବିତ ନଥିବା ଭିଆରପି କାମିନୀ ଲତା ପ୍ରିୟଦର୍ଶନୀ ସୂଚନା ଦେଇଥିଲେ । ପିଇଓ ଗୋପାଳ କିଶୋର ପଣ୍ଡା ଏହାକୁ ସ୍ୱୀକାର କରିବା ସହ ଆଗାମୀ ୧୫ଦିନ ଭିତରେ ନୂଆ ଚାରା ରୋପଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନୁରୂପ ଭାବେ ଦୋଳସାହି, ନୂଆନନ୍ଦ, କାଁପଡ଼ା, ସୟା, ପାଳିଆବିନ୍ଧା ପ୍ରମୁଖ ପଞ୍ଚାୟତରେ ଅଧିକାଂଶ ଚାରା ଗଛ ନଷ୍ଟ ହୋଇଥିବା ସବିତା ବାରିକ ନମିତା ମଲିକ, ମିନୁ ସାବତ, ସସ୍ମିତା ଜେନା ପ୍ରମୁଖ ଭିଆରପି ସୂଚନା ଦେଇଛନ୍ତି କ୍ଷ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦପା ନାୟକଣୀ ପ୍ରାଥମିକ ସ୍କୁଲରେ ଚାରା ରୋପଣ ଫାଇଲ ଭିଆରପି ଗୀତାଞ୍ଜଳି ବେହେରାଙ୍କୁ ପ୍ରଦାନ କରା ଯାଇନଥିବା ସେ ଅଭିଯୋଗ କରିଛନ୍ତି । ସୋମବାର ସୁଦ୍ଧା ଫାଇଲ ଦିଆନଗଲେ ପିଇଓଙ୍କ ଦରମା ବନ୍ଦ କରାଯିବ ବୋଲି ବିଡ଼ିଓ ବାରିକ କହିଥିଲେ । ତେବେ ୧୪ଟି ପଞ୍ଚାୟତରେ ରିକଭରି ବାବଦକୁ ୭୪ହଜାର ଟଙ୍କା ରାଜ୍ୟ ଏମଜିଏନଆରଇଜିଏସ ଆକାଉଣ୍ଟରେ ଜମା ହୋଇଥିବା ବିଡ଼ିଓ ସୂଚନା ଦେଇଥିଲେ । ଶିବିରରେ ପିଇଓ ଦୀନବନ୍ଧୁ ମହାନ୍ତି, ମନୋରଞ୍ଜନ ଦଳେଇ, ରୁନୁରାଣୀ ମଲିକ, କନିଷ୍ଠ ଯନ୍ତ୍ରୀ ଅଲେଖ ତୀର୍କୀ, ଭୀଷ୍ମଦେବ ଶତପଥୀ ଓ ଫରେଷ୍ଟର ଅମରେନ୍ଦ୍ର ନାୟକ ପ୍ରମୁଖ ସାମାଜିକ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଶିବିରରେ ରାଜଶ୍ରୀ ନାୟକଚ, ପୁଷ୍ପଲତା ବରାଳ, ଅନିମା ମଞ୍ଜରୀ ନାୟକ, କମଳା ମହାଳିକ, ସସ୍ମିତା ପାଣିଗ୍ରାହୀ, ମଞ୍ଜୁ ଲତା ତ୍ରିପାଠୀ,ବିଳାସିନୀ ନାୟକ, ମଞ୍ଜୁଲତା ମହାଳିକ ଓ ମୋହିନୀ ଲତା ସାହୁଙ୍କ ସମେତ ସମସ୍ତ ଭିଆରପି ଉପସ୍ଥିତ ଥିଲେ । ବ୍ଲକ ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ ଓ ଡ଼ିଇଓ ବୀର କିଶୋର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

