ନୀଳଗିରି,ତା,୨୩/୦୯-
ଦୀର୍ଘ ବର୍ଷେ ରୁ ଅଧିକ ସମୟ ଧରି କୁଲଡ଼ିହା ହସ୍ତୀ ଅଭୟାରଣ୍ୟ ର
ଏକ କଣା ହାତୀ ( ଯାହାର ଏକ ଆଖି ନଷ୍ଟ

ହୋଇ ଯାଇଛି) ଅଭୟାରଣ୍ୟ ସ୍ଥିତ ଦେବଗିରି ପାହାଡ ପାଦ ଦେଶ ତଥା ପଞ୍ଚଲିଙ୍ଗେଶ୍ଵର ଶୈବ ପୀଠ ନିକଟ ରେ କ୍ରମାଗତ ଭାବେ ଉପଦ୍ରବ ଜାରୀ ରଖିଛି।ସୂଚନା ରୁ ଜଣାଯାଇଛି,ଉତ୍ତର ଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଙ୍କ ନିକଟସ୍ଥ ଅଞ୍ଚଳ ରେ ରହି
ପାଖା ପାଖି ଅଞ୍ଚଳ ର ରାସ୍ତା ପାଖ ଦୋକାନ ଭାଙ୍ଗିବା,ନବ ନିର୍ମିତ ପତିତ ପାବନ ମନ୍ଦିର (ଜଗନ୍ନାଥ) ଙ୍କ ମନ୍ଦିର ହତା ରେ ପାଚେରୀ ଭାଙ୍ଗି ପଶି ଉପଦ୍ରବ କରିବା ଯୋଗୁଁ,ଏଠାକୁ ଆସୁ ଥିବା ଶହ ଶହ ଶ୍ରଦ୍ଧାଳୁ ଭୟ ଭୀତ ଅବସ୍ଥା ରେ ଗତାୟତ

କରୁ ଥିବା କୁହା ଯାଇଛି। ପାନ୍ଥ ନିବାସ,ଚିଲଡ୍ରେନ ପାର୍କ ପାଚେରୀ କୁ ମଧ୍ୟ ଭାଙ୍ଗି ଥିବା ଦେଖା ଯାଇଛି।ପ୍ରତିଦିନ ଉକ୍ତ
ଚକ୍ଷୁ ହୀନ ହାତୀ ଟି କୌଣସି ସମୟ ରେ ଉପଦ୍ରବ ଆରମ୍ଭ କରି
ଦେଉଛି।ସ୍ଥାନୀୟ ଲୋକେ,ମନ୍ଦିର ପୂଜାରୀ ଘଣ୍ଟା ବାଡେଇ ହାତୀ ଘଉଡି ବାର ଉଦ୍ୟମ କରୁଥିଲେ ମଧ୍ୟ ସେଥିରେ କିଛି ସୁଫଳ ମିଲୁ ନ ଥିବା ଅଭିଯୋଗ
ହୋଇଛି। ବନ ବିଭାଗ ବିଟ ହାଉସ ଓ କର୍ମ ଚାରୀ ଘଟଣା ସ୍ଥଳ ଠାରୁ ମାତ୍ର ୧୦୦ ମିଟର ପରିଧି ମଧ୍ୟରେ ଥାଇ ମଧ୍ୟ କୌଣସି ପଦକ୍ଷେପ ନ ନେବା ,ତାହା ତଦନ୍ତ ସାପେକ୍ଷ ବୋଲି ଅନେକ ମତ ପ୍ରକାଶ କରିଛନ୍ତି।ଏହି ହାତୀ ସର୍ବଦା ଦିନ ସମୟ ରେ ଉପଦ୍ରବ କରୁ ଥିବାରୁ,ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଆସିବାକୁ ଭୟ
କରୁଥିବା ଅଞ୍ଚଳ ବାସୀ ଙ୍କ ଠାରୁ ଶୁଣା ଯାଇଛି। ବେଳହୁଁ ସାବଧାନ ନ ହେଲେ ଆଗାମୀ ଦିନରେ ଧନ ଜୀବନ ନଷ୍ଟ ହେବା ସହିତ ରାଜ୍ୟ ସରକାରଙ୍କ ପ୍ରଭୂତ ରାଜସ୍ବ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି।ଏ ସଂପର୍କ ରେ ବାରମ୍ବାର କୁଳଢିଆ ବନ ବିଭାଗ କୁ ଅବଗତ କରାଯାଇ ଥିଲେ ମଧ୍ୟ ବନ ବିଭାଗ କୋମାରେ ଥିବା ପରି ପ୍ରତୀୟମାନ ହେଉଛି।ଜଙ୍ଗଲ ଓ ହାତୀ ସୁରକ୍ଷା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରଚୁର ଅର୍ଥ ବ୍ୟୟ ବରାଦ କରୁଥିଲେ
ମଧ୍ୟ ଏଠାରେ ତାର ଉପଯୁକ୍ତ ବିନିଯୋଗ ହେଉ ନ ଥିବା କୁହା ଯାଉଛି।ଏହି ଘଟଣା ବାଲେଶ୍ଵର ବନ୍ୟ ପ୍ରାଣୀ
ଡିଭିଜନ ର ଡି.ଏଫ୍.ଓ. ଙ୍କ ନଜର ରେ ଥିଲେ ମଧ୍ୟ,କାହିଁକି ଯେ ସେ,ଏହାର ପ୍ରତିକାର ପାଇଁ ଠୋସ ପଦକ୍ଷେପ ନେଉ ନାହାଁନ୍ତି,ତାହା କାହାକୁ ଜଣା ନାହିଁ।ତେବେ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଙ୍କୁ
ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ନିବେଦନ କରିଥିବା ବେଳେ,ଜିଲ୍ଲାପାଳ ଓ ଡି. ଏଫ୍.ଓ. ଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ବୋଲି ,ଅନେକ ପରିବେଶ ପ୍ରେମୀ ଓ
ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ
କରିଛନ୍ତି।

