ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କୁ କିଏବା ନଜାଣେ । ନିଜ ଲୁକ୍ ଆଉ ଅଭିନୟ ପାଇଁ ସେ ସର୍ବଦା ଦର୍ଶକଙ୍କ ପ୍ରିୟ । ତେବେ ତା ଙ୍କ ପାଇଁ ଗତକାଲି ମଙ୍ଗଳବାର ଦିନଟି ଥିଲା ଖୁବ୍ ବିଶେଷ ଓ ଭାବପ୍ରବଣ । କାହିଁକି ନା ଫିଲ୍ମ ଆର୍ଟିକଲ୍ 370 ରେ ତାଙ୍କ ଦମଦାର ଅଭିନୟ ପାଇଁ ତାଙ୍କୁ ୨୦୨୪ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଗୁଜରାଟର ଏକତା ନଗରରେ ଆୟୋଜିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୟାମୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପାଇବା ପରେ ୟାମୀଙ୍କ ଖୁସି କହିଲେ ନସରେ । ସେ କହିଥିଲେ କି, ସେ ଏପର୍ଯ୍ୟନ୍ତ ସେହି ମୁହୂର୍ତ୍ତକୁ ପୂରାପୂରି ଅନୁଭବ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସହିତ ସେ ଅଭିନୟର ସ୍ୱପ୍ନ ନେଇ ଦେଶର ବିଭିନ୍ନ ସ୍ଥାନରୁ ମୁମ୍ବାଇ ଆସୁଥିବା ଯୁବପିଢ଼ିଙ୍କ ପାଇଁ ମଧ୍ୟ ଏକ ବାର୍ତ୍ତା ଦେଇଥିଲେ ।

