Huawei ଭାରତରେ ଦୁଇଟି ନୂଆ ଟାବଲେଟ୍ ଲଞ୍ଚ କରିଛି । ଚୀନର ଏହି ବ୍ରାଣ୍ଡ୍ ଏହି ଟାବଲେଟ୍ଗୁଡ଼ିକୁ MatePad 11 ସିରିଜ୍ରେ ଆଣିଛି । ଏଥିରେ ୧୦,୧୦୦mAh ପର୍ଯ୍ୟନ୍ତ ପାୱାରଫୁଲ୍ ବ୍ୟାଟେରୀ ମିଳୁଛି। ହୁଆୱେର ଏହି ଟାବଲେଟଗୁଡ଼ିକ ନିଜସ୍ୱ HarmonyOS ଅପରେଟିଂ ସିଷ୍ଟମରେ ଚାଲିବ।
ନିକଟରେ କମ୍ପାନୀ ଭାରତୀୟ ବଜାରରେ Huawei Band 11 Pro ସିରିଜର ସ୍ମାର୍ଟ ବ୍ୟାଣ୍ଡ୍ ମଧ୍ୟ ଲଞ୍ଚ କରିଥିଲା । ଏହି ସ୍ମାର୍ଟ ବ୍ୟାଣ୍ଡ୍ରେ AI ଫିଚର୍ ଦିଆଯାଇଛି । Huawei MatePad 11 ସିରିଜରେ କମ୍ପାନୀ ଦୁଇଟି ଟାବଲେଟ୍ ଲଞ୍ଚ କରିଛି ଯାହା ହେଉଛି- MatePad SE 11 ଏବଂ MatePad 11.5 Paper Matte Edition ।
୧) MatePad 11.5 Paper Matte Edition:
ହୁଆୱେର ଏହି ଟାବଲେଟରେ ୧୧.୫ ଇଞ୍ଚର 2.5K Paper Matte ଡିସ୍ପ୍ଲେ ରହିଛି । ଏହି ଡିସ୍ପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ। କମ୍ପାନୀ କହିଛି ଯେ, ଏହି ଟାବଲେଟରେ ସର୍କୁଲାର ପୋଲାରାଇଜେସନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହା ଦ୍ୱାରା ଦୀର୍ଘ ସମୟ ଟାବଲେଟ୍ ବ୍ୟବହାର କଲେ ଆଖି ଉପରେ କମ୍ ଚାପ ପଡ଼ିବ । ଏଥିରେ Glare Free ଏବଂ କମ୍ Visual Fatigue ଭଳି ସୁବିଧା ମଧ୍ୟ ରହିଛି ।
ଟାବଲେଟର ବ୍ୟାକରେ ୧୩MPର କ୍ୟାମେରା ରହିଛି । ସେହିପରି ସେଲ୍ଫି ଓ ଭିଡିଓ କଲିଂ ପାଇଁ ୮MPର ଫ୍ରଣ୍ଟ କ୍ୟାମେରା ମିଳିବ। ଉଭୟ କ୍ୟାମେରାରେ HD ଭିଡିଓ ରେକର୍ଡ କରିପାରିବେ। MatePad 11.5 Paper Matte Editionରେ HarmonyOS ଦିଆଯାଇଛି । ଏଥିରେ Huawei Notes ଆପ୍ ମଧ୍ୟ ରହିଛି । ଏହି ଆପ୍ ମାଧ୍ୟମରେ ୟୁଜରମାନେ ହାତରେ ଲେଖା ନୋଟ୍ ପ୍ରସ୍ତୁତ କରିବା ସହ ନିଜ କାମକୁ ସହଜରେ ମ୍ୟାନେଜ୍ କରିପାରିବେ । ଏହି ଟାବଲେଟ୍ରେ କମ୍ପାନୀର ନିଜସ୍ୱ Kirin T82B ଚିପସେଟ୍ ଦିଆଯାଇଛି । ଏଥିରେ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ମିଳୁଛି । ଏଥିରେ ୧୦,୧୦୦mAhର ବଡ଼ ବ୍ୟାଟେରୀ ରହିଛି । ଏହା ସହିତ ୪୦W ଫାଷ୍ଟ ଚାର୍ଜିଂ ସୁବିଧା ମଧ୍ୟ ମିଳୁଛି ।

