ତିହିଡି,୦୬.୦୮: ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଚାଷ ଜମିରେ ୬ରୁ ୭ ଫୁଟ୍ ବନ୍ୟା ପାଣି ଜମି ରହିଥିବା ବେଳେ ଅଧିକାଂଶ ଗାଁ ଓ ପଞ୍ଚାୟତ ସଂଯୋଗିକରଣ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିଲା । ଘରଗୁଡିକ ପାଣିରେ ବୁଡି ରହିଥୁବା ବେଳେ ଗୁହପାଳିତ ପଶୁ ଖାଦ୍ୟ ଅଭାବରୁ ଉପାସରେ ରହୁଥିଲେ । ପ୍ରଶାସନର ସମଯୋଗ ସମୂଦ୍ରକୁ ଶଙ୍ଖ ପରି ହୋଇଥିଲା । ଲଗାତର ସପ୍ତାହ ବ୍ୟାପୀ ଏପରି ଅସୁବିଧାରେ ସମ୍ମୁଖୂନ ହୋଇ ଆସୁଥିଲେ । ଏହି ସମୟରେ ସହୃଦ ହୋଇ ଭଦ୍ରକ ଓ ତିହିଡି ଠିକାଦାର ସଂଘର ମିଳିତ ଆନୁକୂଲ୍ୟରେ ବନ୍ୟା ବିପନ୍ନଙ୍କୁ ଶୁଖୁଲା ଖାଦ୍ୟ ପ୍ରଦାନ କରା ଯାଇଛି । ସିନ୍ଦୋଳ ପ ।ୟତ ଅଧୂନ ନୂଆସାହି ଗ୍ରାମ ଓ ବଙ୍ଗାଳିପଡାର ସମସ୍ତ ବିପନ୍ନଙ୍କୁ ଶୁଖୁଲା ଖାଦ୍ୟ ଯଥା ଚୂଡା, ବିସ୍କୁଟ, ଅମୁଲ ଓ ପାଣି ବୋତଲ ପ୍ରଦାନ କରା ଯାଇଥିଲା। । ରାଜପଥ ଠାରୁ ୫ କିଲୋମିଟର ବ୍ୟାପୀ ରାସ୍ତା କଡ ଅଥଳ ପାଣିରେ ଭୁଟଭୁଟିରେ ଯାଇ ଗାଁରେ ପହଂଚିଥିଲା ରିଲିଫ୍ ଟିମ୍। ବିପନ୍ନଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ରିଲଫ୍ ପ୍ରଦାନ କରିଥିଲେ । ସେହିପରି ପାଣି ଘେରରେ ରହୁଥୁବା ବୟାଙ୍ଗ ଅ ଳର ବାରସର ଓ ଗୋବିନ୍ଦ ପ ।ୟତ, ତଳଗୋପବିନ୍ଧା, ବାରୋ, ବିଲଣା ଓ ବୋଡକ ପ ।ୟତର ବିପନ୍ନମାନଙ୍କୁ ଶୁଖୁଲା ଖାଦ୍ୟ ପ୍ରଦାନ କରା ଯାଇଛି । ଏପରି ମହାନତା କାର୍ଯ୍ୟରେ ଭଦ୍ରକ ଠିକାଦାର ସଂଘର ସଭାପତି କୁମୁଦବନ୍ଧୁ ମହାପାତ୍ର ଓ ସମ୍ପାଦକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ଆନୁକୂଲ୍ୟରେ ତିହିଡି ଠିକାଦାର ସଂଘର ସଭାପତି ରାକେଶ ମହାପାତ୍ର, ସଂଗ୍ରାମ ବଳ, ନୃସିଂହ ନାୟକ, କ୍ଷୀରୋଦ ଦାସ, ଅଜିତ ଭୋଇ, ସୌମ୍ୟରଞ୍ଜନ ନାୟକ, ସୁଦର୍ଶନ ନାୟକ, ରାମଚନ୍ଦ୍ର ମଳିକ, କହ୍ନେଇ ଚରଣ ନାୟକ, ଅଭୟ ପୁହାଣ ଓ ଦେବେନ୍ଦ୍ର ମଳିକ ପ୍ରମୁଖ ସାମିଲ ହୋଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

