ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆଜି ଶ୍ରାବଣ ମାସର ୩ୟସୋମଵାର ଥିବାରୁ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟରୁ ୨୦ହଜାରରୁ ଉର୍ଦ୍ଧ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଛି ପୀଠରେ । ଆଗନ୍ତୁକ କାଉଡ଼ିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ରଵିଵାର ମଧ୍ୟରାତ୍ରରୁ ବାବାଙ୍କ ପାଖରେ ଜଳଲାଗି ଆରମ୍ଭ ହୋଇଛି। କାଉଡ଼ିଆ ଭକ୍ତଙ୍କର ବୋଲବମ୍ ହରହର ଵମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ପୀଠ। ବୈତରଣୀ ଓ ସାଳନ୍ଦୀ ନଦୀରେ ଆସିଥିବା ବନ୍ୟା ପୀଠକୁ ଗତ କିଛିଦିନ ହେବ ବନ୍ୟାଜଳ ଘେରି ରହିବା ସହ ଅନେକ ରାସ୍ତାରେ ଏବେବି ୩/୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଟକଣା ମଧ୍ୟରେ କାଉଡିଆଙ୍କ ଜଳଲାଗି କରାଯିବା

ସହ ନଦୀରେ କୁମ୍ଭୀର ଓ ଭରା ପାଣି ଥିବାରୁ ନଦୀ ଦ୍ଵୟକୁ ବାରଣ କରାଯାଇଛି। ଆଗନ୍ତୁକ କାଉଡ଼ିଆ ଭକ୍ତଙ୍କ ଆଗମନକୁ ନେଇ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହ ଭରା ନଦୀରେ ଯାତ୍ରୀ ପରିବହନ ହେଉଥିବାରୁ ତାଙ୍କର ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରୁଛନ୍ତି। ତାହାସହ ପୀଠରେ ଥିବା ଧାନକଣିଆ, ତିନିତର ଓ ମୁଁଆ ୩ଟି ନଦୀଘାଟର ଉଭୟ ପାର୍ଶ୍ଵରେ ପୋଲିସ ମୃତ୍ୟୟନ ରହିବା ସହିତ ରାତିରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି। ବିଶେଷକରି କାଉଡିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୭ଟାରୁ ନଦୀ ଘାଟରେ ଯାତ୍ରୀ ପରିବହନ ଵନ୍ଦ ରହିଵ। ଅନ୍ୟପଟେ ବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ଉଜ୍ଵଳ ଆଲୋକ ବ୍ୟବସ୍ଥା କରାଯାଇଛି।ସେହିପରି ସୁରକ୍ଷା ବ୍ୟବସ୍ଥାରେ

୬ଜଣ ଡିଏସପି ଓ ଏସଡିପିଓ, ୨୦ଜଣ ଇନ୍ସପେକ୍ଟର ଓ ସଵ ଇନ୍ସପେକ୍ଟର, ଟ୍ରାଫିକ ପୁଲିସ, ୧୦ପ୍ଲାଟୁନ ପୋଲିସ ଫୋର୍ସ ମୃତ୍ୟୟନ ରହିଛନ୍ତି।

