ରାଜ୍ୟ

ଦୀପାବଳି ଭେଟି ଦେବା ସହ ଜିଏସଟି ହାର କମାଇ ଜୀବନଯାପନ ପ୍ରଣାଳୀକୁ ସରଳ କରି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଯେଉଁଥିରେ ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ଯାଏଁ ସମସ୍ତଙ୍କ ମୁହଁରେ ଖୁସି ଖେଳିଯାଇଛି

Spread the love

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ଦୀପାବଳି ଭେଟି ଦେବା ସହ ଜିଏସଟି ହାର କମାଇ ଜୀବନଯାପନ ପ୍ରଣାଳୀକୁ ସରଳ କରି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଯେଉଁଥିରେ ସାଧାରଣ ଜନତାଙ୍କୁ ଅଧିକ ଫାଇଦା ମିଳିବାକୁ ଥିବା ବେଳେ ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ଯାଏଁ ଏବଂ ଘର ନିର୍ମାଣ ଠାରୁ ଆରମ୍ଭ କରି ବ୍ୟବସାୟ ଯାଏଁ ସବୁ କ୍ଷେତ୍ରରେ, ସମସ୍ତଙ୍କ ମୁହଁରେ ଖୁସି ଖେଳିଯାଇଛି ।ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଦିଥାକିଆ କରି ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବାକୁ ଥିବା ବେଳେ ଜାଣନ୍ତୁ ଜିଏସି- ୨.୦ ପରେ କଣ ହେଲା ହେବ ଶସ୍ତା, କଣ ହେବ ମହଙ୍ଗା ? କେଉଁଥିଲେ ଲାଗିବ କେତେ ଜିଏସଟି ?

ଶୂନ ଜିଏସଟି

-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର

୧୮% ଜିଏସଟି

-ଏସି, ଟିଭି, ଓ୍ଵାସିଂ ମେସିନ୍, କାର୍ ପାର୍ଟ୍ସ
-ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) 
-ପେଟ୍ରୋଲ-ଏଲପିଜି ଓ ସିଏନଜି କାର 
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ମନିଟର ଓ ପ୍ରୋଜେକ୍ଟର, ସିମେଣ୍ଟ
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା

Leave a Reply

Your email address will not be published. Required fields are marked *