ବାଲେଶ୍ୱର, ୩୦ ଜୁଲାଇ:
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା, ବାଲେଶ୍ୱର ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସମାୟ ଟୁଡୁଙ୍କ ନେତୃତ୍ୱରେ ନୂତନ ଜିଲ୍ଲା କମିଟିର ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ଘୋଷଣା କରାଯାଇଛି।
ଘୋଷିତ ତାଲିକା ଅନୁଯାୟୀ ସମାୟ ଟୁଡୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱରେ ରହିଥିବା ବେଳେ, ମୁନି ସିଂହ, ସୁକୁଲ ସୋରେନ, ବାସୁଦେବ ମାରାଣ୍ଡି, ରଞ୍ଜନ କୁମାର ସିଂହ, ବିରେନ୍ଦ୍ର ସିଂହ ଓ ପ୍ରଶାନ୍ତ ସିଂହଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି।
ସେହିପରି ରଞ୍ଜିତା ସିଂହ ଓ ରାଜୁ ହେମ୍ବ୍ରମଙ୍କୁ ସାଧାରଣ ସମ୍ପାଦକ, ରାମଜିତ ହାସଦା, ଜୋସାଦା ସୋରେନ, ଗଜେନ୍ଦ୍ର ପ୍ରଧାନ, ରବି ରଞ୍ଜନ ମାରାଣ୍ଡି, ସୁଶାନ୍ତ ସିଂହ ଓ ଜୟନ୍ତୀ ହେମ୍ବ୍ରମଙ୍କୁ ସମ୍ପାଦକ, ପଦୁମ ହାସଦାଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।
ଏଥିସହ ୧୭ ଜଣଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଘୋଷଣାକୁ ବିଜେପି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଅନୁମୋଦନ କରିଛନ୍ତି।
ନୂତନ କମିଟି ଜିଲ୍ଲାରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଅନୁସୂଚିତ ଜନଜାତି ସମାଜର ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

