ରାଜ୍ୟ

୬୦କୋଟିର ଠକେଇ କରିଥିବା ଆରୋପ ଲାଗିବାରୁ ବିଳାସପୂର୍ଣ୍ଣ ରେସ୍ତୋରାଁ ବନ୍ଦ କଲେ ଶିଳ୍ପା ସେଟ୍ଟୀ

Spread the love

ମୁମ୍ବାଇ: ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପରିବାର ଏବେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ବଲିଉଡ୍ ଅଭିନେତ୍ରୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାର କିଛି ସପ୍ତାହ ପରେ, ଅଭିନେତ୍ରୀ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ମୁମ୍ବାଇର ବାନ୍ଦ୍ରାରେ ଥିବ‌ା ତାଙ୍କର ପ୍ରତିଷ୍ଠିତ ରେସ୍ତୋରାଁ ବାଷ୍ଟିଆନକୁ ବନ୍ଦ କରୁଛନ୍ତି। ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ସେ ଏହା ବିଷୟରେ ଜଣାଇଛନ୍ତି। ଘୋଷଣା କରିବା ସମୟରେ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡ଼ିଥିବା ଦେଖାଯାଇଛି।ଇନଷ୍ଟାରେ ଷ୍ଟାଟସ ଦେଇ ଶିଳ୍ପା ସେଟ୍ଟୀ ଲେଖିଛନ୍ତି, “ଏହି ଗୁରୁବାର ଏକ ଯୁଗର ଅନ୍ତ ହେବ। ଆମେ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ବଷ୍ଟିଅନ୍ ବାନ୍ଦ୍ରାକୁ ବନ୍ଦ କରିବାକୁ ଯାଉଛୁ। ବଷ୍ଟିଅନ୍ ଏକ ଏଭଳି ସ୍ଥାନ ଥିଲା ଯାହା ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା, ଯାହା ସହରର ‘ନାଇଟ୍ ଲାଇଫ୍’କୁ ଆକାର ଦେଇଥିଲା। ଏବେ ସେ ବିଦାୟ ନେବାକୁ ଯାଉଛି।”

Leave a Reply

Your email address will not be published. Required fields are marked *