ରାଜ୍ୟ

ରୋଗ ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ଯୁବକ

Spread the love

ବାଲିପାଟଣା: ରୋଗ ଯନ୍ତ୍ରଣା ଅସହ୍ୟ ହେବା  ବେକରେ ରଶି ବାନ୍ଧି ଆତ୍ମହତ୍ୟା କଲେ ଯୁବକ | ମୃତ ଯୁବକ ହେଲେ ବାଲିପାଟଣା ଥାନା ସରାଟ ଗ୍ରାମର କ୍ଷୀରୋଦ ପ୍ରଧାନ ଓରଫ ଟିକି ( ୩୬ ) |
କ୍ଷୀରୋଦ କିଛି ଦିନ ହେଲା ହଳଦିଆ କାମଳ, ଜ୍ୱରରେ ଆକ୍ରାନ୍ତ ଥିଲେ | ପରିବାର ଲୋକେ ତାଙ୍କୁ ବିଭିନ୍ନ ହସ୍ପିଟାଲ ନେଇ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ | କ୍ଷୀରୋଦ ହସ୍ପିଟାଲରେ ରହିବାକୁ ଭୟ କରୁଥିଲେ | କିଛି ଦିନ ତଳେ କ୍ଷୀରୋଦ ଆଡମିସନ ପରେ ହସ୍ପିଟାଲ ବେଡ଼ ଛାଡି ଘରକୁ ଚାଲି ଆସିଥିଲେ | ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ | ଆଜି କ୍ୟାପିଟାଲ ହସ୍ପିଟାଲକୁ ଯିବା ପାଇଁ ସ୍ଥିର ହୋଇଥିଲା | ସେ ବିଷୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ | ଭୋରୁ ଟେଣ୍ଟ ସାମଗ୍ରୀ ଗୋଦାମ ଘରେ ବେକରେ କପଡା ବାନ୍ଧି ଝୁଲି ପଡିଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!