ଖେଳମୁଖ୍ୟ ଖବର

ଅନ୍ୟ କୋଚଙ୍କ ସହ ଭେଦଭାବ ନହେଉ ବୋଲି ନିଜ ବୋନସ୍‌ ରାଶି କମ୍‌ କଲେ ରାହୁଲ, ସାଜିଲେ ଉଦାହରଣ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ୧୧ବର୍ଷ ପରେ ଭାରତ ବିଶ୍ବକପ ଜିତିବାରେ ସଫଳ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ଜଣ କ୍ରିକେଟର, କୋଚ ରାହୁଲ ଦ୍ରାବିଡଙ୍କ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା

ହୃଦୟ ଜିତିଲେ ରାହୁଲ । ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ ପଦରୁ ଅବସର ନେବା ପରେ ମହାନତା ଦେଖାଇଛନ୍ତି ରାହୁଲ ଦ୍ରାବିଡ । ମୁଖ୍ୟ କୋଚ ଭାବେ ବିସିସିଆଇ ପକ୍ଷରୁ ମିଳିଥିବା ୫ କୋଟି ଟଙ୍କାର ବୋନସ ନେବାକୁ ସେ ମନା କରିଦେଇଛନ୍ତି । ଅନ୍ୟ ସହଯୋଗୀ କୋଚ ମାନଙ୍କୁ ଅଢ଼େଇ କୋଟି ଟଙ୍କା ମିଳୁ ଥିବାରୁ ତାଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ପ୍ରଦାନ କରାଯାଉ ବୋଲି ସେ ବିସିସିଆଇକୁ ଅପିଲ କରିଛନ୍ତି । ଟି-୨୦ ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳି ଓ ସହଯୋଗୀଙ୍କ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଥିଲା ବସିସିଆଇ । କିନ୍ତୁ ନିଜ ବୋସନର ଅଧା ପରିମାଣ ନେବାକୁ ମନା କରି ରାହୁଲ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଅନ୍ୟ କୋଚଙ୍କ ସହ ଭେଦଭାବ ହେଉ, ତାହା ଚାହୁଁ ନାହାନ୍ତି ରାହୁଲ । ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମଧ୍ୟ ଏପରି କରିସାରିଛନ୍ତି ରାହୁଲ । ୨୦୧୮ରେ ଭାରତ ଅଣ୍ଡର ୧୯ ବିଶ୍ବକପ ଜିତିଥିଲା । ସେତେବେଳେ ଦ୍ରାବିଡ ଥିଲେ ମୁଖ୍ୟ କୋଚ । ଦ୍ରାବିଡଙ୍କୁ ବିସିସିଆଇ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଅନ୍ୟ ସହଯୋଗୀ କୋଚଙ୍କୁ ୨୦ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା । କିନ୍ତୁ ରାହୁଲ ୫୦ ଲକ୍ଷ ଟଙ୍କା ନେବାକୁ ମନା କରିବା ପରେ ବସିସିଆଇ ପକ୍ଷରୁ ରାହୁଲଙ୍କ ସମେତ ଅନ୍ୟ ସହଯୋଗୀ କୋଚ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ବୋନସ ପ୍ରଦାନ କରାଯାଇଥିଲା । ରାହୁଲଙ୍କ ଏଭଳି କାର୍ୟ୍ୟ ସମସ୍ତ କ୍ରୀଡ଼ାପ୍ରେମୀ ଓ ଦେଶବାସୀଙ୍କ ଦୃଦୟ ଜିତିଛି ।

Leave a Reply

Your email address will not be published. Required fields are marked *