ରାଜ୍ୟ

ସହରର କୁମ୍ଭାରପଡା ଠାରେ ଥିବା ଟ୍ରାନ୍ସଫର୍ମର ଲାଗି ଗାଈ ମୃତ

ସୁବର୍ଣ୍ଣପୁର :- ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାରପଡା ଠାରେ ମୁକୁଳା ପଡିଥିବା ଟ୍ରାନ୍ସଫର୍ମରରେ ଲାଗି ହୁଏ ସକାଳୁ ସକାଳୁ ଏକ ଗାଈର ମୃତ୍ୟ ହୋଇଥିବା ଦେଖାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା।ଏନେଇ ଆଗରୁ ଅଫିସରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହି ଅଞ୍ଚଳରେ ସବୁବେଳେ ଛୋଟ ଛୁଆ ଖେଳକୁଦ ତଥା ଚଳପ୍ରଚଳ କରୁଥିବା ବେଳେ ଅତି ଶିଘ୍ର ସୁରକ୍ଷିତ ପାଚେରୀ ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି। ଟାଟା ପାୱାର କମ୍ପାନୀ ବିଦ୍ୟୁତ ବିଭାଗ ନେବା ଦିନ ଠାରୁ ଏହି ସଂସ୍ଥାର ଅଧିକାରୀ ହୁଅନ୍ତୁ କି କର୍ମଚାରୀ ମନମୂଖି ବ୍ୟବହାର ଓ ଖାମଖିଆଲି ଭାବୁଛନ୍ତି ।ସହରରେ ଅନେକ ସ୍ଥାନରେ ଏଭଳି ଅସୁରକ୍ଷିତ ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ରହିଥିବା ବେଳେ ବିଦ୍ୟୁତ୍ ବିଭାଗ ର ଅବହେଳା ଯୋଗୁଁ ଆଗକୁ ଧନ ଜୀବନ କୁ ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ଜନସାଧାରଣ। ସେହିପରି ସହର ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ତାର ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଜଣେ ଶ୍ରମିକ ସୁରେଶ୍ବର ମନ୍ଦିର ପାଖରେ ଉଚ୍ଚ ସମ୍ପନ ବିଦ୍ୟୁତ ତାର ଲାଗି ଗୁରୁତର ହୋଇ ଚିକିତ୍ସାକ ହେଉଛନ୍ତି।ଏ ନେଇ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିଏସଏନଏଲ୍ ନଂ ଟିଁ ଟିଁ ଟିଁ କରି କଟିଯାଉ ଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ରିପୋର୍ଟ – ମହାଦେବ ମଲ୍ଲିକ, ସୋନପୁର ଜିଲ୍ଲା

Leave a Reply

Your email address will not be published. Required fields are marked *