ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ କଣିହାଁ ମଣ୍ଡଳ ବିଜେପି ତରଫରୁ ଶ୍ରଦ୍ଧାଞ୍ଜଳୀ
ବିଜେପିର ପ୍ରାଣ ପ୍ରତିଷ୍ଠାତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲା କଣିହାଁ ବିଜେପି ତରଫରୁ ଶୋକ ସଭା ପାଳନ କରା ଯାଇଛି Iକଣିହାଁ ପଞ୍ଚାୟତ ଅଫିସ୍ ସଭାଗୃହ ଠାରେ କଣିହାଁ ମଣ୍ଡଳ ସଭାପତି ସୁଶାନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ କଣିହାଁ ମଣ୍ଡଳ ବିଜେପି କାର୍ଯ୍ଯ କର୍ତ୍ତା ମାନେ ଯୋଗ ଦେଇ ଥିଲେ, ଡାକ୍ତର ଦେବେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଥିଲା। ସମୟରେ ଓଡ଼ିଶାରେ 1600 କି ମି ଜାତୀୟ ରାଜପଥ ରାଜପଥ ନିର୍ମାଣ କରି ଦଳ ମତ ନିର୍ବିଶେଷରେ ସର୍ବଜନ ଆଦୃତ ହୋଇ ପାରିଥିଲେ ,ସେ ଜଣେ ସ୍ପଟବାଦି ମେଳାପି ଶାନ୍ତ ସରଳ ସ୍ଵଭାବର ବ୍ୟକ୍ତିତ୍ଵ ଥିଲେ, ତାଙ୍କର ସେବା ତ୍ୟାଗ ସଂକଳ୍ପ ପାଇଁ ଡ଼ାକ୍ତର ପ୍ରଧାନ ସବୁ ଦିନ ଚିର ସ୍ମରଣୀୟ ହୋଇ ରହିବେ ବୋଲି ବରିଷ୍ଟ ନେତା ମାନେ କହିବା ସହ ତାଙ୍କ ଶ୍ରୁତିଚାରଣ କରିଥିଲେ Iଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ଉପ ସଭାପତି ନୃସିହ ବରାଳ, ଜିଲ୍ଲା ପ୍ରତିନିଧି ଲୋକନାଥ ସାହୁ, ରାଜ୍ୟ ପରିଷଦ ସଭ୍ୟ ସଚିଦାନନ୍ଦ ପ୍ରଧାନ, ପୂର୍ବ ତନ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ,ପୂର୍ବତନ ସରପଞ୍ଚ ବିନୟ ପ୍ରଧାନ,ଦୁଃଖ ବନ୍ଧୁ ଭୂତିଆ,ସୁମନ୍ତ ପ୍ରଧାନ,ହରେକୃଷ୍ଣ ପ୍ରଧାନ, ତୁସାରକାନ୍ତ ବେହେରା ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଜିବୀ ଉପସ୍ଥିତ ଥିଲେ I