ଖେଳ

ଟିମ୍ ଇଣ୍ଡିଆ ପଞ୍ଚମ ଥର ପାଇଁ ଟାଇଟଲ ଜିତିଲା: ଚୀନ୍ ୧-୦ ଗୋଲ୍‌ରେ ପରାସ୍ତ

ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍‌କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ ଅଧିନାୟକ ହରମାନପ୍ରୀତଙ୍କ ପାସ୍‌କୁ ଏକ ଗୋଲରେ ପରିଣତ କରିଥିଲେ। ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଚାଇନା ଏହି ମ୍ୟାଚରେ ନିଜର ଜୋରଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛି।ଭାରତୀୟ ପୁରୁଷ ହକି ଦଳ ଜୁଗରାଜ ସିଂଙ୍କ ନିର୍ଣ୍ଣାୟକ ଗୋଲରେ ଚୀନ୍‌କୁ ୧-୦ରେ ପରାସ୍ତ କରି ପଞ୍ଚମ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି। ପ୍ରଥମ ତିନି କ୍ୱାର୍ଟରରେ  ଭାରତ ଏବଂ ଚୀନ୍ ମଧ୍ୟରେ ମ୍ୟାଚ୍ ଗୋଲହୀନ ଟାଇରେ ଚାଲିଥିଲା, କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଜୁଗରାଜ ଏକ ଫିଲ୍ଡ ଗୋଲ ସ୍କୋର କରି ଭାରତକୁ ୧-୦ ଅଗ୍ରଣୀ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଚୀନ୍ ଗୋଲ କରିବାକୁ ସକ୍ଷମ ହୋଇ ପାରି ନ ଥିଲା।  ହରମାନପ୍ରୀତ ସିଂଙ୍କ ନେତୃତ୍ୱରେ ଦଳ ଚୀନ୍‌କୁ ଗୋଲ ଦେବା ପାଇଁ କୌଣସି ସୁଯୋଗ ଦେଇ ନ ଥିଲା। 

Leave a Reply

Your email address will not be published. Required fields are marked *