ରାଜ୍ୟ

କିମଙ୍କୁ ଚେତାବନୀ ଦେଲା ଆମେରିକା, ବସ୍ତାରେ ପୁରାଇ ମୃତଦେହ ପଠାଇଦେବୁ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ରୁଷକୁ ସାହାଯ୍ୟ କରିବାକୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କର ହଜାର ହଜାର ସୈନିକଙ୍କୁ ପଠାଇଛନ୍ତି। ଏହି ନିଷ୍ପତ୍ତି ଉପରେ ଆମେରିକା ଖପ୍ପା ହୋଇଛି | ମିଳିତ ଜାତିସଂଘରେ ଆମେରିକାର ଡେପୁଟି ଆମ୍ବାସାଡର କିମ ଜୋଙ୍ଗ ଉନଙ୍କୁ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ ସହିତ ଲଢ଼ିବାକୁ ରୁଷିଆ ଯାଇଥିବା ସୈନିକଙ୍କ ମୃତଦେହକୁ ବ୍ୟାଗରେ ପଠାଇଦେବୁ । ଆମେରିକାର ରବର୍ଟ ଉଡ଼ ସୁରକ୍ଷା ପରିଷଦକୁ କହିଛନ୍ତି, “ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ (ଉତ୍ତର କୋରିଆ) ର ସୈନ୍ୟମାନେ ରୁଷର ସମର୍ଥନରେ ୟୁକ୍ରେନରେ ପ୍ରବେଶ କରିବା ଉଚିତ୍ କି?

ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ କେବଳ ସେମାନଙ୍କ ମୃତଦେହ ନିଜ ଦେଶକୁ ଫେରାଇ ଦିଆଯିବ। ତେଣୁ ମୁଁ କହିବି ଏହିପରି ବେପରୁଆ ତଥା ବିପଜ୍ଜନକ କାମରେ ଜଡିତ ହେବା ପୂର୍ବରୁ କିମ ଦୁଇଥର ଚିନ୍ତା କରନ୍ତୁ | ୟୁକ୍ରେନ ବିରୋଧରେ ଯୁଦ୍ଧରେ ଉତ୍ତର କୋରିଆର ସହାୟତା ହେତୁ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ବୁଧବାର କହିଛନ୍ତି ରୁଷକୁ ଉତ୍ତରକୋରିଆ ସାହାଯ୍ୟ କରିବା ଦ୍ୱାରା ପୁଣି ଯୁଦ୍ଧ ଜୋରଦାର ହେବ | ଆଉ ଅଢେଇ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧ ଆହୁରି ବଢିବ | ସେ କହିଛନ୍ତି ଯେ ପୂର୍ବରୁ ୧୦ ହଜାର ଉତ୍ତର କୋରିଆ ସୈନ୍ୟ ରୁଷରେ ଅଛନ୍ତି | ସେମାନଙ୍କ ହାତରେ ରୁଷର ଯୁଦ୍ଧାସ୍ତ୍ର ଦିଆଯାଇଛି | ଯାହାକି ଚିନ୍ତାର ବିଷୟ |

Leave a Reply

Your email address will not be published. Required fields are marked *