ଓଡ଼ିଶା ପ୍ରାସାସନିକ ସେବା ପରୀକ୍ଷାରେ ୫୩୦ ରାଙ୍କ ରେ ଉତ୍ତୀର୍ଣ୍ଣ ହେଲେ ରୁନିତା ପ୍ରଧାନ
[07:22, 10/22/2024] +91 824 997 0650: କନ୍ଧମାଳ ଜିଲ୍ଲା ର ଦୁର୍ଗମ ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହାସଲକା ଗ୍ରାମର ବିଶିକେଶନ ପ୍ରଧାନ ଓ ସନ୍ତୋଷିନୀ ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୩୦ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡ଼ି ବ୍ଳକ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ରୁନିତା ଙ୍କ ବାପା କହନ୍ତି ମୁଁ ସିନା ପାଠ ପଢି ପାରିଲି ନାହିଁ କିନ୍ତୁ ପିଲାମାନେ ଯେତେ ଉଚ୍ଚ ପାଠ ପଢ଼ିବେ ସେମାନଙ୍କୁ ମୁଁ ପଢ଼ାଇବି। କଥାଟି ସତ ହେଲା, ରୋଜଗାର ପାଇଁ ବାପା ମା ଉଭୟେ ଦିନ ରାତି ଏକ କରିଦେଇଥିବା ବେଳେ ପିଲାମାନେ ମନ ପ୍ରାଣ ଦେଇ ପାଠପଢା ରେ ଆଗକୁ ବଢ଼ିଛନ୍ତି । ଆଜି ରୁନିତା ଙ୍କ ସଫଳତା ସମସ୍ତ ଙ୍କ ଆଖିରୁ ଖୁସିର ଲୁହ ଝରେଇ ଦେଇଛି।
ରୁନିତାଙ୍କ ପିତାମାତା ପିଲା ମାନଙ୍କ ଭବିଷ୍ୟତ ପାଠପଢା କୁ ଦୃଷ୍ଟି ରେ ରଖି ବ୍ରାହ୍ମଣୀଗାଁ ରେ ବସତି ସ୍ଥାପନ କରିଛନ୍ତି। ରାସ୍ତାକଡ଼ରେ ଏକ ଉଠାଦୋକାନ କରି ହାଟ କୁ ହାଟ ବୁଲି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା ସହ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି । ୬ ଜଣ ପିଲାଙ୍କୁ ପାଠ ପଢ଼ାଇବା ଉଭୟ ବାପାମାଆଙ୍କ ପାଇଁ କଷ୍ଟକର ହେଉ ଥିଲେ ସୁଦ୍ଧା ସେମାନେ ହାର ମାନି ନାହାଁନ୍ତି । ରୋଜ ଗାର କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ଛୋଟିଆ ରୋଜଗାର ରେ ପିଲାଙ୍କ ପାଠ ପଢ଼ା କୁ ଗୁରୁତ୍ଵ ଦେଇଛନ୍ତି ବାପା ମା ।
ରୁନିତାଙ୍କ ପ୍ରାଥମିକ ଶିକ୍ଷା ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ସେବାଶ୍ରମରେ ଆରମ୍ଭ ହୋଇଥିଲା ପରେ ସେ କନ୍ୟାଶ୍ରମରେ ପାଠ ପଢି କନ୍ଧମାଳ ଜିଲ୍ଲା ର ଟପର୍ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ ,ପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ରାଜନୀତିବିଜ୍ଞାନରେ ଅଧ୍ୟୟନ କରି ଦ୍ବିତୀୟ ଟପର୍ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରି ଗୋଲଡ ମେଡାଲ ହାସଲ କରି କିସ୍ ବିଶ୍ବବିଦ୍ୟାଳୟରେ ପିଏଚଡି କରିବା ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲେ | ଆଜି ସେ ୫୩୦ ରାଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇ ସଫଳତାର ଶୀର୍ଷ ରେ ପହଞ୍ଚି ଛନ୍ତି। ରୁନିତାଙ୍କ ଏହି ସଫଳତା ପରିବାର ରେ ଖୁସି ଆଣିଦେବା ସହ ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇଛି।
[07:23, 10/22/2024] +91 824 997 0650: ସମ୍ଭାବ୍ୟ ‘ବାତ୍ୟା ଦାନା ‘ ର ମୁକାବିଲା ପାଇଁ ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅପରାହ୍ନ ରେ ଏକ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଡ଼ିଓ ପାତ୍ରଙ୍କ ସମେତ ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାାରାଣୀ ପଣ୍ଡା, ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ବ୍ଲକ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା,ଏବିଇଓ ବନମାଳୀ ମାଝୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରି ମାନେ ଯୋଗଦାନ କରିଥିଲେ।
ଆୟୋଜିତ କାର୍ଯକ୍ରମ ରେ ତହସିଲଦାର ଶରତ ଶବର କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ ଓଡିଶାର ବିଭିନ୍ନ ଜିଲାରେ ପ୍ରଭାବିତ କରିବ। ଏଥିରେ କନ୍ଧମାଳ ଜିଲାରେ ମଧ୍ୟ ପ୍ରଭାବିତ ହେବା ଆଶଙ୍କାକ…