ମୁଖ୍ୟ ଖବର

ଅନ୍ଧାର ଆସୁ ଆସୁ ଗୁଳିମାଡ଼ ଆରମ୍ଭ କରିଦେଲା ସୈତାନ ପାକିସ୍ତାନ… ସୀମାରେ ପୁଣି ଗୁଳିବର୍ଷା

ସଞ୍ଜ ନଉଁ ନଉଁ ସୀମାରେ ପୁଣି ସକ୍ରିୟ ହେଲା ପାକିସ୍ତାନ । ଅନ୍ଧାର ଆସୁ ଆସୁ ହିଁ ଆରମ୍ଭ କରିଦେଲା ଗୁଳିମାଡ଼ । ଜମ୍ମୁ କାଶ୍ମୀର ଉରିରେ ପାକିସ୍ତାନ ପଟୁ ଗୁଳିମାଡ ହେଉଥିବା ସୂଚନା । ପୁଞ୍ଚରେ ବି ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ ଜୋରଦାର ଆରମ୍ଭ ହୋଇଛି, ରାତିରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ତେବେ ଗତକାଲି ରାତି ୮ଟାରୁ ୧୧ଟା ୩୦ ଯାଏଁ ପାକିସ୍ତାନ ଲଗାତାର ଭାବେ ଡ୍ରୋନ ଆକ୍ରମଣ କରିଥିଲା । ଅନ୍ଧାର ହେଉ ହେଉ ଆକାଶରୁ ଆକ୍ରମଣ କରିଥିଲା ପାକିସ୍ତାନ । ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ୍ କରି ଡ୍ରୋନ ହମଲା କରିଥିଲା। ଯାହାର ଜବାବ ଏସ-୪୦୦ ଏବଂ ଅନ୍ୟାନ୍ୟ ଆଣ୍ଟି ମିସାଇଲ ସିଷ୍ଟମ୍ ଦେଇଥିଲା । ତୁର୍କୀ ଡ୍ରୋନରେ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିବା ବେଳେ ସମସ୍ତ ୪୦୦ ଡ୍ରୋନ୍ ଫୁସକି ଯାଇଛି

Leave a Reply

Your email address will not be published. Required fields are marked *