ପାକିସ୍ତାନ ଉପରେ ପୁଣି ପ୍ରହାର: ପାକିସ୍ତାନ ସହ ସମସ୍ତ ଆମଦାନୀ-ରପ୍ତାନୀ ବନ୍ଦ, ଭାରତ ଲଗାଇଲା କଟକଣା…
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ପୁଣି ଏକ ଆକ୍ସନ ନେଲା ଭାରତ । ପାକିସ୍ତାନରୁ ଆମଦାନୀ-ରପ୍ତାନୀ ବନ୍ଦ । ସମସ୍ତ ପ୍ରକାର ଆମଦାନୀ-ରପ୍ତାନୀକୁ ବ୍ୟାନ କଲେ ଭାରତ ସରକାର । ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ଉପରେ ଲାଗିଲା କଟକଣା । ଆମଦାନୀ-ରପ୍ତାନୀ ବ୍ୟାନ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।ତେବେ ଦେଶର ସୁରକ୍ଷା ଏବଂ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ଭାରତ । ପୂର୍ବରୁ ଅନେକ ଆକ୍ସନ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଜଳ ଷ୍ଟ୍ରାଇକ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଏବଂ ପାକିସ୍ତାନୀଙ୍କ ଭିସା ବାତିଲ ଭଳି ବଡ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିବା ସହ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କୁ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିବା ପରେ ଏବେ ଆମଦାନୀ-ରପ୍ତାନୀ ବନ୍ଦ କରିଛି ।