ମହାନଗରରାଜ୍ୟ

ଛତିଶଗଡ଼ବାସୀଙ୍କ ପାଇଁ ଖୁସି ଖବର, ମୋଦୀ ନେଇ ଯାଉଛନ୍ତି ବଡ଼ ଉପହାର

ରାଇପୁର: ଛତିଶଗଡବାସୀଙ୍କୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ମୋଦୀଙ୍କ ଛତିଶଗଡ ଗସ୍ତ ଥିବା ବେଳେ ଏହି ଅବସରରେ ସେ ଜନତାଙ୍କୁ ବଡ ଉପହାର ଦେଇପାରନ୍ତି । ଛତିଶଗଡର ବିକାଶ ପାଇଁ ମୋଦୀ ୩୩ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିପାରନ୍ତି । ଯାହା ଛତିଶଗଡବାସୀଙ୍କ ଆର୍ଥିକ, ସାମାଜିକ ବିକାଶରେ ସହାୟ ହେବ ।

ଗସ୍ତ ପୂର୍ବରୁ ମୋଦୀ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହା ସୂଚନା ଦେଇଛନ୍ତି । ଛତିଶଗଡ଼ର ବିକାଶ ଏବଂ ଉନ୍ନତି ପାଇଁ ୩୩ କୋଟି ଟଙ୍କାର ପ୍ରକଳ୍ପ ଉପହାର ପ୍ରଦାନ କରିବେ ମୋଦୀ । ୨୦୨୪ ନିର୍ବାଚନ ପରେ ଛତିଶଗଡକୁ ଏହା ମୋଦୀଙ୍କ ପ୍ରଥମ ଗସ୍ତ । ରାଜ୍ୟରେ ବିଜେପି ସରକାର ଥିବା ବେଳେ ଜନତାଙ୍କ ଉନ୍ନତି ପାଇଁ ମୋଦୀ ଉପହାର ଦେବେ । ତେବେ ଏହି ଅସବରରେ ମୋଦୀ ଏକ ସାଧାରଣ ସଭାରେ ଯୋଗ ଦେଇ ଜନତାଙ୍କୁ ସମ୍ଭୋଧିତ କରିବେ । ଉକ୍ତ ସମାବେଶରେ ପ୍ରାୟ ୨ ଲକ୍ଷ ଲୋକଙ୍କ ସମାଗମ ହେବା ନେଇ ସୂଚନା ମିଳିଛି ।ତେବେ ମୋଦୀ ଲେଖିଛନ୍ତି, ଛତିଶଗଡର ପ୍ରଗତିକୁ ଏକ ବଡ଼ ପ୍ରୋତ୍ସାହନ ସ୍ୱରୂପ, ୩୩,୭୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯିବ , କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିଦ୍ୟୁତ୍, ତୈଳ ଏବଂ ଗ୍ୟାସ୍, ରେଳ, ସଡ଼କ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଏହି ଅର୍ଥ ରାଶି ସହାୟ ହେବ । ତେବେ ମୋଦୀ ଲେଖିଛନ୍ତି, ଛତିଶଗଡର ପ୍ରଗତିକୁ ଏକ ବଡ଼ ପ୍ରୋତ୍ସାହନ ସ୍ୱରୂପ, ୩୩,୭୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯିବ , କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିଦ୍ୟୁତ୍, ତୈଳ ଏବଂ ଗ୍ୟାସ୍, ରେଳ, ସଡ଼କ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଏହି ଅର୍ଥ ରାଶି ସହାୟ ହେବ । 

Leave a Reply

Your email address will not be published. Required fields are marked *