ବ୍ରହ୍ମପୁର :2/10/(ଆଶୁତୋଷ ମହାପାତ୍ର )ବ୍ରହ୍ମପୁର ସହରରେ ଏବେ ଭଗବାନଙ୍କ ଭରସା ରେ ଯାତାୟାତ କରୁଛନ୍ତି ବ୍ରହ୍ମପୁର ବାସି |ଦିନରେ ଆବଶ୍ୟକ ନ ଥିବା ବେଳେ ଜଳୁଛି ସହରର ଷ୍ଟ୍ରୀଟ ଲାଇଟ, ରାତିରେ ଦରକାର ବେଳେ ଲିଭିଯାଉଛି |ରାଜ୍ୟ ଏବଂ କେନ୍ଦ୍ର ର କୋଟି କୋଟି ଟଙ୍କା ବ୍ୟୟ ହେଉଛି ନିର୍ମାଣ କାର୍ଯ୍ୟ ପାଇଁ ହେଲେ ବି ଅଧା ଅନ୍ଧାରରେ ବ୍ରହ୍ମପୁର ରେଶମ ସହର |ଦିନରେ ଜଳୁଛି ରାତିରେ ଲିଭୁଛି!ରାସ୍ତା କଥା କହିଲେ ନ ସରେ, ସହର ର ଖାଲ ଖମା ରାସ୍ତା ସାଙ୍ଗକୁ କୀଟ କୀଟ ଅନ୍ଧାର |ସେପଟେ ଠାଏ ଠାଏ ଜଳୁଛି ଷ୍ଟ୍ରୀଟ ଲାଇଟ |ସହରର ଅଧିକାଂଶ ସ୍ଥାନ ଅନ୍ଦାରରେ ରହିଛି |ବ୍ରହ୍ମପୁର ସହରରେ ଏବେ ଭଗବାନ ଙ୍କ ଭରସା ରେ ଯାତ୍ରା କରୁଛନ୍ତି ସହରବାସୀ |କେବଳ ସାହି ଗଳି ନୁହେଁ ପ୍ରମୁଖ ଛକ ଗୁଡିକରେ ମଧ୍ୟ ସମାନ ଅବସ୍ଥା |ସହରର ଆଲୋକୀକରଣ ଓ ସୌନ୍ଦଯ୍ୟକରଣ କିଛି ଘରୋଇ ସଂସ୍ଥା ହାତରେ ଦାୟିତ୍ୱ କୁ ଟେକି ଦିଆଯାଇଛି |ମାତ୍ର ଉକ୍ତ ସଂସ୍ଥା ର ମନମାନି କାର୍ଯ୍ୟ କଲାପ ଯୋଗୁଁ ଭୋଗୁଛନ୍ତି ସହରବାସୀ |ଏପଟେ ପାଖକୁ ଆସିଲାଣି ସାରଦିୟ ପୂଜା |ସହର ର ବିଭିନ୍ନ ସମସ୍ୟା ଗୁଡିକୁ ବହୁ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଶେଷ ନ ହେବା ଯୋଗୁଁ ଚଳିତ ପୂଜା ପର୍ବ ରେ ଶ୍ରଦ୍ଧାଳୁ ଙ୍କ ଯିବା ଆସିବା ରେ ବାଧା ସୄଟି ହୋଇପାରେ ବୋଲି ଜନସାଧାରଣ ଙ୍କ ପ୍ରଶ୍ନ |ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ସହଯୋଗ ରେ ସହର ର ଆଲୋକୀକରଣ ପାଇଁ 2018ରେ ଏକ ଯୋଜନା ହୋଇଥିଲା. 2019ରେ ରେଶମ ସହର ବ୍ରହ୍ମପୁର ରେ ଲାଗିଥିବା ପ୍ରାୟ 22ହଜାର 8ଶହ ଲାଇଟ, ଏହା ଏକ ଘରୋଇ ସଂସ୍ଥା କୁ ରକ୍ଷଣ ବେକ୍ଷଣ ପାଇଁ ଦିଆଯାଇଥିଲା. ଏହି ଚ୍ୟୁକ୍ତିନାମା ପ୍ରାୟ 7ବର୍ଷ ପାଇଁ ହୋଇଥିଲା |ଆସନ୍ତା ମାସରେ ଚ୍ୟୁକ୍ତି ଶେଷ ହେବାକୁ ଯାଉଛି |ଦୀର୍ଘ 4ମାସ ହେଲା ଉକ୍ତ ସଂସ୍ଥା ମନମାନି ଚଲାଇଥିବା ଅଭିଯୋଗ ହୋଇଛି |ଜନସାଧାରଣ ଏହିଭଳି ବ୍ୟବସ୍ଥା କୁ ଆଖି ଆଗରେ ରଖି ତାଗିଦ କରିଥିଲେ |ପୂଜା ପୂର୍ବ ରୁ କିଛି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମହାନଗର ନିଗମ ର କମିସନର ଏ. ସଜ୍ୟା ରେଡି କହିଛନ୍ତି |ପାର୍ବଣ ପର୍ବ ର ଅନ୍ଧାର ର ସୁଯୋଗ ନେଇ ସହରର ଅପରାଧୀ ମାନେ ମଧ୍ୟ ସକ୍ରିୟ ହୋଇ ଉଠିଥିବା ଖବର ମେଳିଛି |

